ବ୍ରହ୍ମପୁର : ପୁଲିସ କବ୍ଜାରେ ପଡ଼ିଛି ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଦୀପ ଦଳବେହେରା ଓରଫ୍ କଟିଂ ଦିପୁ। ପୁଲିସ ଦିପୁକୁ ଗିରଫ କରିବା ସହିତ ତା’ ନିକଟରୁ ଏକ ପିସ୍ତଲ, ୪ରାଉଣ୍ଡ୍ ଗୁଳି, ଦୁଇଟି ମାଗାଜିନ୍ ଜବତ କରିଥିଲା। କେସ୍ ନମ୍ବର ୧୫୫/୨୦ରେ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ପୁଲିସ ଅନ୍ଧପସରା ରୋଡ଼ରେ ବ୍ଲକିଂ କରି ଗାଡ଼ି ଯାଞ୍ଚ କରୁଥିଲା। ଏହି ସମୟରେ ହଳଦିଆପଦର ଓଭର୍ବ୍ରିଜ୍ ପଟୁ ଏକ ବାଇକ୍ରେ ଦୁଇଜଣ ଯୁବକ ଦ୍ରୁତଗତିରେ ଆସୁଥିଲେ। ପୁଲିସକୁ ଦେଖି ସେମାନେ ଚମ୍ପଟ ମାରିବା ପାଇଁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ଗୋଡ଼ାଇଥିଲା। କୌଶଳ କ୍ରମେ ଜଣେ ଫେରାର୍ ହୋଇଯାଇଥିବା ବେଳେ ପୁଲିସ କଟିଂ ଦିପୁକୁ ମାଡ଼ି ବସିଥିଲା। ଗୋସାଇଁ ନୂଆଗାଁର କଟିଂ ଦିପୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧ ମାମଲା ରହିଥିବା ପୁଲିସ କହିଛି। ସେ କୌଣସି ଏକ ଅପରାଧ ଘଟାଇବା ପାଇଁ ଯାଉଥିଲା ବୋଲି ପୁଲିସ ତଦନ୍ତରେ ଜାଣିବାକୁ ପାଇଛି। ସେ ଦିଗରେ ପୁଲିସ ଅଧିକ ତଦନ୍ତ କରୁଥିବା କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/berhmapur-1.jpg)