କେନ୍ଦ୍ରାପଡ଼ା/ଡେରାବିଶ : ଚାରି ମାସର ବ୍ୟବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଗୁଳି ଫୁଟିଛି। ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ମଲ୍ଲିକ(୩୮) ଆହତ ହୋଇଛି। ସନ୍ତୋଷର ଡାହାଣ ଗୋଡ଼ରେ ଗୋଟିଏ ଗୁଳି ବାଜିଛି। ତାକୁ ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଗତ ୬ ମାସ ଭିତରେ ଜିଲ୍ଲାରେ ଏହା ହେଉଛି ଚତୁର୍ଥ ଏନ୍କାଉଣ୍ଟର।
ଏକ ଡକାୟତି ଯୋଜନାରେ ଏକ ଡକାୟତି ଯୋଜନାରେ ସନ୍ତୋଷ ଚାନ୍ଦୋଳ ପଟୁ ଡେରାବିଶ ଆଡକୁ ଆସୁଥିଲା। ଏ ସମ୍ପର୍କରେ ଖବର ପାଇ ଡେରାବିଶ ଥାନା ପୁଲିସ୍ ଓ ଜିଲ୍ଲା ପୁଲିସର ସ୍କ୍ବାଡ୍ ଚଷାଖଣ୍ତ ସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟ ଆଗରେ ଥିବା ଏକ କଲଭର୍ଟ ପାଖରେ ଜଗି ରହିଥିଲେ। ସନ୍ତୋଷ ଏକ ବାଇକ୍ (ଓଡି-୦୨ଡି-୫୫୧୧)ରେ ଦ୍ରୁତ ଗତିରେ ଆସି ଉକ୍ତ ସ୍ଥାନରେ ପହଞ୍ଚିବା ବେଳେ ପୁଲିସ ତାକୁ ଅଟକାଇଥିଲା। ତେବେ ପୁଲିସ ପଞ୍ଝାରେ ଫସି ଯାଇଥିବା ଜାଣିପାରି ସନ୍ତୋଷ ବାଇକ୍ ତଳେ ପକାଇ ଦେଇଥିଲା। ପକେଟରୁ ବନ୍ଧୁକ କାଢି ପୁଲିସ ଉପରକୁ ଗୁଳି ଫୁଟାଇ ଖସି ପଳାଇବାକୁ ଉଦ୍ୟମ କରିଥିଲା। ତେବେ, ଠିକ୍ ଏହି ସମୟରେ ଡେରାବିଶ ଥାନା ଆଇଆଇସି ସୁଧିର କୁମାର ସାହୁ ନିଜ ମାଉଜର୍ରୁ ସନ୍ତୋଷ ଉପରକୁ ୨ ରାଉଣ୍ତ ଗୁଳି ମାଡ଼ କରିଥିଲେ। ସେଥିମଧ୍ୟରୁ ଗୋଟିଏ ଗୁଳି ସନ୍ତୋଷର ଡାହାଣ ଗୋଡ଼ ଆଣ୍ଠୁ ଉପର ଅ˚ଶରେ ପଶି ଯାଇଥିଲା। ସେ ରକ୍ତାକ୍ତ ହୋଇ ତଳେ ପଡ଼ିଯିବା ପରେ ପୁଲିସ ତାକୁ କାବୁ କରି ନେଇଥିଲା। ତାକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା।
ଉଲ୍ଲେଖଯୋଗ୍ୟ. ୨୦୦୩ରୁ ଅପରାଧ ଜଗତରେ ପ୍ରବେଶ କରି ସନ୍ତୋଷ କେନ୍ଦ୍ରାପଡା ଜିଲ୍ଲା ସମେତ ପଡୋଶୀ ଯାଜପୁର, ଜଗତସି˚ହପୁର, କଟକ, ନୟାଗଡ ଓ ସୁନ୍ଦରଗଡ଼ର ରାଉରକେଲା ଆଦି ଜିଲ୍ଲାରେ ସଙ୍ଗୀନ ଅପରାଧରେ ସଂପୃକ୍ତ ଥିବା ଜଣାଯାଇଛି। ଉକ୍ତ ଜିଲ୍ଲାର ବିଭିନ୍ନ ଥାନାରେ ତା’ ନାମରେ ଚୋରି, ରାହାଜାନୀ, ଡକାୟତି, ହତ୍ୟା ଓ ଅପହରଣ ଭଳି ୬୦ରୁ ଅଧିକ ମାମଲା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/derabish-IMG-20181007-WA0019.jpg)