ପାଇକମାଳ : ବରଗଡ଼ ଜିଲ୍ଲା ପାଇକମାଳ ମୁଖ୍ୟ ଛକ ନିକଟରେ ରାସ୍ତା ଉପରେ ଥିବା ଶରତ ବଡ଼ପଣ୍ତାଙ୍କ ବସ୍ରେ ଗୁରୁବାର ଭୋରୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଶରତଙ୍କ ଘର ସମ୍ମୁଖରେ ପ୍ରତିଦିନ ଭଳି ଅନେକ ବସ୍ ଠିଆ ହୋଇଥିଲା। ସେଥିମଧ୍ୟରୁ ଠିକ୍ ତାଙ୍କ ଘର ସମ୍ମୁଖରେ ଛିଡ଼ା ହୋଇଥିବା ‘ବଡ଼ପଣ୍ଡା’ ବସ୍ (ଓଆର୧୭ଜେ୯୨୪୪)କୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।
ପ୍ରାପ୍ତସୂଚନା ମୁତାବକ, ବୁଧବାର ରାତି ପ୍ରାୟ ୩ଟା ସମୟରେ ଜୋରଦାର ଶବ୍ଦ ଶୁଣି ନିକଟ ବସ୍ରେ ଶୋଇଥିବା ଜଣେ କର୍ମଚାରୀ ଉଠି ପଡି ବସ୍ଟି ଜଳୁଥିବା ଦେଖିବାକୁ ପାଇଥିଲେ। ଏନେଇ ବସ୍ର ମାଲିକ ଶରତଙ୍କୁ ଫୋନ କରିଥିଲେ। ଫୋନ ପାଇ ଶରତ ଓ ତାଙ୍କ ପରିବାର ଲୋକେ ବାହାରକୁ ବାହାରି ଘର ସମ୍ମୁଖରେ ବସ୍ଟି ଜଳୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ନିଆଁ ଲିଭାଇବାର ପ୍ରୟାସ କରିବା ସହିତ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ। ଏହାପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ପ୍ରାୟ ଅଧଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ଏନେଇ ବସ୍ ମାଲିକ ପାଇକମାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ଚାଲିଥିବା ନେଇ ପାଇକମାଳ ଥାନା ଆଇଆଇସି ବିଶ୍ବଜିତ୍ ମନବୋଧ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/bus-firing.jpg)