ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଠିକଣାରେ ଭିଜିଲାନ୍ସ ଚଢ଼ଉ: କ୍ରିପ୍ଟୋ କରେନ୍ସିରେ ନିବେଶ କରିଛନ୍ତି ୧.୭୫ କୋଟି

ଭୁବନେଶ୍ବର: ଆରଡବ୍ଲୁଏସଏସର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାରରଂଜନ ଦାସ କ୍ରିପ୍ଟୋ କରେନ୍ସିରେ ୧.୭୫ କୋଟି ଟଙ୍କା ନିବେଶ କରିଥିବା ଭିଜିଲାନ୍ସ ବିଭାଗକୁ ସୂଚନା ମିଳିଛି। ୩୮ଟି ଡକ୍ୟୁମେଣ୍ଟ ଯାଞ୍ଚ ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଏହି ତଥ୍ୟ ମିଳିଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ କରାଯାଇଛି।


ଆଜି ଆରଡବ୍ଲୁଏସଏସ ଭୁବନେଶ୍ୱର ସର୍କଲର ଯୋଜନା, ମନିଟରିଂ, ଡିଜାଇନ୍ ଏବଂ ଅନୁସନ୍ଧାନ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାରରଂଜନ ଦାସଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢାଉ କରାଯାଇଥିଲା। ଖୋର୍ଦ୍ଧା, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ୬ଟି ସ୍ଥାନରେ ଚଢଉ କରାଯାଇଥିଲା।ଭୁବନେଶ୍ୱରର ଖାରବେଳ ନଗରର ଶ୍ରୀରାମ ମାନସନ୍ ଫ୍ଲାଟ ନଂ -୨୦ ଠାରେ ଅବସ୍ଥିତ ଶ୍ରୀ ଦାସଙ୍କ ଆବାସିକ ଘର, ସମ୍ବଲପୁରର ମୋଦୀପଡାଠାରେ ଅବସ୍ଥିତ ଶ୍ରୀ ଦାସଙ୍କ ଏକ ତିନିମହଲା ପୈତୃକ ଘର, ବରଗଡ଼ ଜିଲ୍ଲାର ରୋହିନିୟାଁ, ତାଙ୍କର ସରକାରୀ କାର୍ଯ୍ୟାଳୟ, ଖାରବେଳ ନଗର ଓ ଖୋର୍ଦ୍ଧାରେ ଥିବା ସଂପର୍କୀୟଙ୍କ ଘରେ ଏହି ଚଢଉ ହେଇଥିଲା। ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୫ ଜଣ ଡିଏସପି, ୧୨ ଇନ୍ସପେକ୍ଟର, ଜଣେ ସବ୍ ଇନ୍ସପେକ୍ଟର,୧୧ ଜଣ ଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ଏହି ଚଢଉରେ ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର