କୋଟିପତି ସରପଞ୍ଚ ଗିରଫ : ଜବତ ମାଉଜର, ଗୁଳି ପୁଲିସକୁ ହସ୍ତାନ୍ତର

ବ୍ରହ୍ମପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଙ୍କୋରଡା ପଞ୍ଚାୟତର ସରପଞ୍ଚ ଉଷନ୍ତ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୋଧରେ ବ୍ରହ୍ମପୁର ଭିଜିଲାନ୍ସ ମାମଲା ରୁଜୁ କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ କୋର୍ଟକୁ ଚାଲାଣ କରିଛି।

ସରପଞ୍ଚଙ୍କ ଆୟ ତୁଳନାରେ ଠାବ ସମ୍ପତ୍ତି ପରିମାଣ ୩୪୦ ପ୍ରତିଶତ ବୋଲି ଭିଜିଲାନ୍ସ ଦର୍ଶାଇଛି। ଅନ୍ୟପକ୍ଷରେ ଭିଜିଲାନ୍ସ ଚଢାଉ ବେଳେ ସରପଞ୍ଚଙ୍କ ଘରୁ ୬ ରାଉଣ୍ଡ ଗୁଳି ଓ ବେଆଇନ ମାଉଜର ଜବତ ହୋଇଥିଲା। ଉକ୍ତ ମାଉଜର ଓ ଗୁଳିକୁ ଭିଜିଲାନ୍ସ ପକ୍ଷରୁ ଦିଗପହଣ୍ଡି ଥାନାକୁ ହସ୍ତାନ୍ତର କରାଯିବା ସହ ଏତଲା ଦିଆଯାଇଛି। ସୂଚନା ଅନୁଯାୟୀ, ଗତକାଲି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ କୋର୍ଟ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଚଢ଼ଉ କରାଯାଇଥିଲା।

ସମ୍ବନ୍ଧିତ ଖବର