ଚାରିଛକ : ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ତ ଅଧୀନରେ ଥିବା ହରଭଙ୍ଗା ବ୍ଲକ୍ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ରେଞ୍ଜର ସୁନାଖଣିଆସ୍ଥିତ ମହାନଦୀ ଜଳରେ ଶୁକ୍ରବାର ୨ଟି ମାଈ ଘଡ଼ିଆଳ କୁମ୍ଭୀର ଛଡ଼ାଯାଇଛି। କୁମ୍ଭୀର ପ୍ରଜନନ ସଂଖ୍ୟା ବୃଦ୍ଧି ଉପରେ ବନ୍ୟପ୍ରାଣୀ ବିଭାଗ ଗତ ଜୁଲାଇରୁ ଗୁରୁତ୍ବାରୋପ କରିଛି। ଶନିବାର ଭୁବନେଶ୍ବର ନନ୍ଦନକାନନରୁ ୨ଟି ମାଈ ଘଡ଼ିଆଳ କୁମ୍ଭୀର ଆଣି ଏଠାରେ ଛଡ଼ାଯାଇଛି। ଛଡ଼ାଯାଇଥିବା ଦୁଇ କୁମ୍ଭୀର ବୟସ ୫ବର୍ଷ ବୋଲି ଜଣାପଡ଼ିଛି। ଦୁଇ କୁମ୍ଭୀର ଦେହରେ ଟ୍ୟାଗ ଲଗାଯାଇଥିବା ବେଳେ ଆଣ୍ଟିନା ଦ୍ବାରା ତାଙ୍କର ଗତିବିଧି ଅନୁଧ୍ୟାନ ମଧ୍ୟ କରାଯାଉଛି। ଗତକାଲି କୁମ୍ଭୀର ଛଡ଼ାଯିବା ସମୟରେ ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ତ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍ଗାତା, କୁଶଙ୍ଗ ରେଞ୍ଜ ଅଫିସର ଅଶୋକ ଦାସ, ଡେପୁଟି ରେଞ୍ଜର ପ୍ରଦୀପ ଭୂତିଆ, ଶୀତଳପାଣି ଫରେଷ୍ଟର ମାନସ ରଂଜନ ସାହୁଙ୍କ ସମେତ ନନ୍ଦନକାନନରୁ ଆସିଥିବା ୨ଜଣ ବନ୍ୟପ୍ରାଣୀ ବିଶେଷଜ୍ଞ ଉପସ୍ଥିତ ଥିଲେ।
କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ରେଞ୍ଜରେ ଛଡ଼ାଗଲା ୨ ଘଡ଼ିଆଳ କୁମ୍ଭୀର
/sambad/media/post_attachments/wp-content/uploads/2020/02/crocodile.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)