ଭିତରକନିକାରେ ବଉଳା କୁମ୍ଭୀର ଗଣନା

ରାଜନଗର : ବିଶ୍ୱର ଅନ୍ୟତମ ସରୀସୃପମାନଙ୍କର ନନ୍ଦନକାନନ କୁହାଯାଉଥିବା ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠାରୁ ବଉଳା କୁମ୍ଭୀର ଗଣନା ଆରମ୍ଭ ହୋଇଛି। ଜଣାଶୁଣା ବଉଳା କୁମ୍ଭୀର ଗବେଷକ ଡଃ. ସୁଧାକର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ୧୨ଟି ଟିମ୍‌ ଏହି ଗଣନାରେ ସାମିଲ ହୋଇଛନ୍ତି। ରାଜନଗର ଡି.ଏଫ୍‌.ଓ., ଭଦ୍ରକ ଡି.ଏଫ୍‌.ଓଙ୍କ ସମେତ ୫ଜଣ ବନାଂଚଳ ଅଧିକାରୀ, ବନପାଳ, ବନରକ୍ଷୀମାନେ ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛନ୍ତି।

ଏହି ବଉଳା କୁମ୍ଭୀରଗୁଡ଼ିକ ନଦୀ,ନାଳରେ ବସବାସ କରୁଛନ୍ତି। ପ୍ରତ୍ୟେକ ଦିନ ସକାଳୁ ଏବଂ ସଂଜ ନଇଁବା ପରେ ଗଣନାକାରୀ ଟିମ୍‌ କୁମ୍ଭୀର ମାନଙ୍କର ଗଣନା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର