ହରଭଙ୍ଗା: ସାତକୋଶିଆ ଓ ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚଳିତବର୍ଷ କୁମ୍ଭୀର ଗଣନା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି ଗଣନା ତିନିଦିନ ଧରି ଚାଲିବ। ଉଭୟପଟୁ ୧୪ଟି ଦଳରେ ୫୬ ଜଣ କର୍ମଚାରୀ ସାମିଲ ହୋଇ ମୋବାଇଲ୍ ଆପ୍, ବାଇନାକୁଲର ସାହାଯ୍ୟରେ ଗଣନା କରିବେ। ଡଙ୍ଗା ସାହାଯ୍ୟରେ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ କର୍ମଚାରୀମାନେ ମହାନଦୀରେ ବୁଲି ଶୋଇଥିବା ବିଭିନ୍ନ ପ୍ରଜାତିର କୁମ୍ଭୀର ଗଣନା କରୁଛନ୍ତି। ଏହା ସହ ବାଲି ଉପରେ କୁମ୍ଭୀରର ପାଦଚିହ୍ନକୁ ମୋବାଇଲ୍ ଆପ୍ ସାହାଯ୍ୟରେ ଚିହ୍ନଟ କରାଯାଉଛି। ମହାନଦୀର ମାରଡ଼ାଠାରୁ ଶୀତଳପାଣି, ଶୀତଳପାଣିଠାରୁ ହରଭଙ୍ଗା ଏବଂ ହରଭଙ୍ଗାଠାରୁ ଅଏଡ଼ା ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ ବୋଲି ସୂଚନା ମିଳିଛି।
ଆଜି କୁମ୍ଭୀର ଗଣନାରେ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ୩ଟି ଟିମ୍ରେ ୮ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। ଏଥିରେ ଆସ୍ହାରଜ୍ ଖାନ୍, କୁଶଙ୍ଗ ଫରେଷ୍ଟର ବ୍ରଜରାଜ ବିଶ୍ବାଳ, ଅନ୍ତର୍ଯ୍ୟାମୀ ଜାନୀ, ବିଷ୍ଣୁପ୍ରିୟା ଦେଈ, ସୁଜ୍ଞାନ ବେହେରା, ଗୋବିନ୍ଦ ମହାକୁଡ଼, କିଶୋର ମଲ୍ଲିକ, ଅକ୍ଷୟ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ଗଣନାକାର୍ଯ୍ୟ ତଦାରଖ ପାଇଁ ନୟାଗଡ଼ ବନ୍ୟପ୍ରାଣୀ ଏସିଏଫ୍ ଶତାବ୍ଦୀ ମିଶ୍ର, ରେଞ୍ଜ ଅଫିସର୍ ଲକ୍ଷ୍ମୀନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/20-5.jpg)