ଜାଲରେ ପଡ଼ି ବଉଳା କୁମ୍ଭୀର ମୃତ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ୨୧ ତାରିଖ ସକାଳେ ଏକ ବଉଳା କୁମ୍ଭୀରର ମୃତଦେହ ଉଦ୍ଧାର କରାଯାଇଛି। ମୃତ କୁମ୍ଭୀରଟିର ଲମ୍ବ ୮ ଫୁଟ ୪ ଇଞ୍ଚ ହୋଇଥିବା ବେଳେ ତାହା ମାଈ ବୋଲି ଜଣାପଡିଛି। କୁମ୍ଭୀରର ତଳିପେଟ ନିକଟରେ ଏକ କ୍ଷତଚିହ୍ନ ରହିଛି। ବନବିଭାଗ ପକ୍ଷରୁ ଏହାର ବ୍ୟବଚ୍ଛେଦ ପରେ ଜାତୀୟ ଉଦ୍ୟାନ ମଧ୍ୟରେ ପୋତି ଦିଆଯାଇଛି।

ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀ ନଦୀର ନଳିତାପାଟିଆ ନିକଟରେ ବେଢ ଜାଲ ବସିଥିଲା। ମତ୍ସ୍ୟଜୀବୀ ଜାଲ ଉଠାଇବା ବେଳେ ସେଥିରେ କୁମ୍ଭୀର ଲାଗିଥିବା ଦେଖିବାକୁ ମିଳିଥିଲା। ସେତେବେଳକୁ କୁମ୍ଭୀରଟି ମୃତ୍ୟୁବରଣ କରିସାରିଥିଲା। ଦୀର୍ଘ ସମୟ ଧରି ଜାଲରେ ପଡ଼ି ଛଟପଟ ହୋଇ କୁମ୍ଭୀରଟି ମୃତ୍ୟୁବରଣ କରିଥିବା କୁହାଯାଉଛି। ଗତ ବର୍ଷକ ମଧ୍ୟରେ ୧୦ରୁ ଅଧିକ ବଉଳା କୁମ୍ଭୀରଙ୍କ ମୃତ୍ୟୁ ଉଦ୍‌ବେଗର ବିଷୟ ହୋଇଛି।

ସମ୍ବନ୍ଧିତ ଖବର