ରାଜନଗର : ଭାରତର ପ୍ରଥମ ଧଳା ବଉଳା କୁମ୍ଭୀର ଗୋରୀ ମା ହେବାକୁ ଆଶା ରଖିଛି। ୪୭ ବର୍ଷିୟା ଗୋରୀ ମା ହେବା ପାଇଁ ବସା କରି ଅଣ୍ତା ଦେଇଛି। ବସା ନିକଟରେ ଅଣ୍ତାକୁ ଜଗି ରହିଛି। ୨୦୦୭ ମସିହାରୁ ଗୋରୀ ଅଣ୍ତା ଦେଉଥିଲେ ମଧ୍ୟ ସେଥିରୁ ଛୁଆ ଫୁଟୁନି। ସାଥୀ କୁମ୍ଭୀର ବିନା ଗୋରୀ ଅଣ୍ତା ଦେଉଥିବାରୁ ସେଥିରୁ ଛୁଆ ଫୁଟୁନି ବୋଲି କୁହାଯାଉଛି। ଗତ ୧୬ ବର୍ଷ ଭିତରେ ଗୋରୀ ୮ଥର ଅଣ୍ତା ଦେଇସାରିଲାଣି। ଆବଦ୍ଧ ପୋଖରୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଥିବାରୁ ଓ ମିଳନ ପ୍ରକ୍ରିୟାରେ ସାମିଲ ହେଉ ନ ଥିବାରୁ ଗୋରୀ ଦେଇଥିବା ଅଣ୍ତାରୁ ଏଥର ଛୁଆ ଫୁଟିବ ନା ସେଗୁଡିକ ‘ବା ଅଣ୍ତା ହେବ, ତାହା ଆଉ କିଛି ଦିନ ପରେ ସ୍ପଷ୍ଟ ହେବ।
ରାଜନଗର: ଅଣ୍ତା ଦେଇଛି ବଉଳା କୁମ୍ଭୀର ‘ଗୋରୀ’
/sambad/media/post_attachments/wp-content/uploads/2022/06/gori.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)