ପୋଖରୀରେ କୁମ୍ଭୀର ଆତଙ୍କ: ଉଦ୍ଧାର ପାଇଁ ବନ ବିଭାଗ-ଅଗ୍ନିଶମ ବିଭାଗର ଉଦ୍ୟମ ଜାରି

ଭଦ୍ରକ: ଗାଁ ପୋଖରୀରେ କୁମ୍ଭୀର ଆତଙ୍କ। ପୋଖରୀରେ ଗାଧୋଉଥିବା ପିଲା-ଛୁଆ, ମହିଳା, ବୟସ୍କମାନେ ହଠାତ୍‌ କୁମ୍ଭୀର ଦେଖି ଭୟଭୀତ ହୋଇଯାଇଛନ୍ତି। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ସାଠିବାଟି ଗ୍ରାମରେ ଏକ ପୋଖରୀରେ ଆଜି ଏହି କୁମ୍ଭୀର ଆତଙ୍କ ଦେଖାଯାଇଛି।

କୁମ୍ଭୀରକୁ ଗ୍ରାମବାସୀ ଦେଖିଲା ପରେ ସେମାନେ ସ୍ଥାନୀୟ ଥାନା, ବନବିଭାଗ ଓ ଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ। ସୂଚନା ପାଇଁ ବନ ବିଭାଗ କର୍ମଚାରୀମାନେ ଉକ୍ତ ପୋଖରୀ ନିକଟରେ ପହଞ୍ଚି ପ୍ରଥମେ ଅନୁଧ୍ୟାନ କରିଥିଲେ। କୁମ୍ଭୀରକୁ ପ୍ରଥମେ ଦଉଡ଼ି ଓ ଜାଲରେ ଧରିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ଏହା ସମ୍ଭବ ହୋଇ ନ ପାରିବାରୁ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ୨ ଟି ଓ ଅନ୍ୟ ସୂତ୍ରରୁ ୨ଟି ପମ୍ପସେଟ ଲଗାଇ ପୋଖରୀରୁ ପାଣି କମାଯାଉଛି। ପାଣି କମିବା ପରେ ଉକ୍ତ କୁମ୍ଭୀରକୁ ଉଦ୍ଧାର କରାଯିବ ବୋଲି  କୁହାଯାଉଛି। ଏହି କୁମ୍ଭୀର ଦେଖିବା ପାଇ୍ଁ ହଜାର ହଜାର ଲୋକଙ୍କ ଭିଡ ଜମିଛି।

ସମ୍ବନ୍ଧିତ ଖବର