ରାଜ୍ୟରେ ବୃଦ୍ଧି ପାଇଲା କୁମ୍ଭୀର ସଂଖ୍ୟା

ଭୁବନେଶ୍ବର: ଚଳିତ ବର୍ଷ ସାତକୋଶିଆରେ ମଗର ପ୍ରଜାତି କୁମ୍ଭୀର ସଂଖ୍ୟା ହ୍ରାସ ପାଇଥିବା ବେଳେ ବଉଳା କୁମ୍ଭୀରଙ୍କ ସଂଖ୍ୟା ୬୨ ବୃଦ୍ଧି ପାଇଥିବା ଗଣନାରୁ ଜଣାପଡ଼ିଛି।

ଗଣନା ରିପୋର୍ଟ ଅନୁସାରେ, ଭିତରକନିକା ଓ ଭଦ୍ରକ ଜିଲ୍ଲାରେ ଦେଖା ଦେଉଥିବା ବଉଳା କୁମ୍ଭୀରଙ୍କ ସଂଖ୍ୟା ଏ ବର୍ଷ ୧୮୩୦ରେ ପହଞ୍ଚିଛି । ଗତ ବର୍ଷ ବଉଳା କୁମ୍ଭୀରଙ୍କ ସଂଖ୍ୟା ୧୭୬୮ ରହିଥିଲା।

ସେହିପରି ଶିମିଳିପାଳରେ ଏ ବର୍ଷ ଯେତିକି ସଂଖ୍ୟାରେ ମଗର ଅଛନ୍ତି ଗତବର୍ଷ ମଧ୍ୟ ସେତିକି ଥିଲେ। ଗଣନା ସମୟରେ ଏ ବର୍ଷ ୮୦ଟି ମଗର ଥିବା ଜଣାପଡ଼ିଛି।

ସାତକୋଶିଆରେ ଏ ବର୍ଷ ୧୧୩ଟି ମଗର ଥିବା ବେଳେ ଗତବର୍ଷ ୧୯୫ଟି ମଗର ରହିଥିଲେ। ତେବେ ମଗର ସଂଖ୍ୟାରେ ହ୍ରାସ ପାଇଛି।

ଏଥିସହିତ ଗଞ୍ଜାମ ଘୋଡାହାଡରେ ଏ ବର୍ଷ ୬୫ଟି ମଗର ଥିବା ବେଳେ ଗତବର୍ଷ ଏ ସଂଖ୍ୟା ୭୨ ରହିଥିଲା। ସେହିପରି ମହାନଦୀରେ ଘଡିଆଳ କୁମ୍ଭୀର ସଂଖ୍ୟା ଏ ବର୍ଷ ୧୧ରେ ପହଁଞ୍ଚିଥିବା ବେଳେ ଗତବର୍ଷ ୮ଟି ଘଡ଼ିଆଳ କୁମ୍ଭୀର ରହିଥିଲେ ବୋଲି ପିସିସିଏଫ ଶଶୀ ପଲ କହିଛନ୍ତି।

ସମ୍ବନ୍ଧିତ ଖବର