ହରିପୁର : ଯାଜପୁର ସଦରଥାନା ଅଧୀନ ଖରସ୍ରୋତା ନଦୀର ରାଜଘାଟ ନିକଟରୁ ଆଜି ସକାକେ ଏକ ବଉଳା କୁମ୍ଭୀର ଧରାଯାଇଛି। ଏହାର ଲମ୍ବ ପ୍ରାୟ ୫ ଫୁଟରୁ ଅଧିକ ହେବ। ଏହି କୁମ୍ଭୀରଟି ମାଛ ଧରାଳିଙ୍କ କଣ୍ଟାରେ ଲାଗି ଯାଇଥିଲା। ଛୋଟ ବାଳିଆ ଭାବି କୁମ୍ଭୀର ଗିଳିବା ବେଳେ ତା ତଣ୍ଟିରେ କଣ୍ଟା ଲାଗି ଯାଇଥିଲା। ଫଳରେ କୁମ୍ଭୀରଟି ଖସି ଯାଇପାରି ନଥିଲା। ଏହକୁ ମାଛ ଧରୁଥିବା ଲୋକେ ଉଦ୍ଧାର କରିଥିଲେ। କୁମ୍ଭୀର ଧରାଯାଇଥିବା ଖବର ପ୍ରସାରିତ ହେବା ପରେ ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ ଲାଗିଥିଲା। ଖବର ପାଇ ଚଣ୍ତିଖୋଲ ସେକ୍ସନ ଫରେଷ୍ଟର ଶଶି ବେହେରା, ଫରେଷ୍ଟ ଗାର୍ଡ ବଟହରି ନାୟକ, ଦୁର୍ଯ୍ୟୋଧନ ବେଜ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରି ତାକୁ ଛାଡ଼ିବା ପାଇଁ ରାଜନଗର ନେଇଯାଇଥିଲେ।
ଯାଜପୁର ସଦରଥାନା ଅଧୀନ ଖରସ୍ରୋତାରୁ କୁମ୍ଭୀର ଉଦ୍ଧାର
/sambad/media/post_attachments/wp-content/uploads/2019/10/Jajpur-haripur-Kumbhira.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)