ଗାଁ’ ପୋଖରୀରୁ କୁମ୍ଭୀର ଉଦ୍ଧାର

ତିହିଡ଼ି: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ମହରମପୁର ପଞ୍ଚାୟତ ଷାଠିବାଟି ଗ୍ରାମ ତିହିଡ଼ି-ମାଟିଆ ସାହି ରାସ୍ତା ପାର୍ଶ୍ବରେ ଥିବା ଏକ ପୋଖରୀରୁ ୩ ଫୁଟ୍‌ରୁ ଅଧିକ ଲମ୍ବର ଏକ କୁମ୍ଭୀର ଉଦ୍ଧାର କରାଯାଇଛି। ମଙ୍ଗଳବାର ପୋଖରୀରେ ଏକ କୁମ୍ଭୀର ପହଁରୁଥିବା ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବୁଧବାର ଫରେଷ୍ଟର କୃଷ୍ଣଚନ୍ଦ୍ର ବାସ୍କେ, ଫରେଷ୍ଟଗାର୍ଡ ନକୁଳ ଚନ୍ଦ୍ର ବାରିକ, ତିହିଡ଼ି ଦମକଳ କେନ୍ଦ୍ର ଅଧିକାରୀ ଆଲୋକଦେବ ଗୋସ୍ବାମୀ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୋଟର ପମ୍ପ ଯୋଗେ ପୋଖରୀରୁ ପାଣି କମାଇଥିଲେ।

ପରେ ଜାଲ ସାହାଯ୍ୟରେ ସେଖ୍ ମୀର୍ଜା କୁମ୍ଭୀରଟିକୁ ଉଦ୍ଧାର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତିହିଡ଼ି ତହସିଲଦାର ପ୍ରତୀକ କୁମାର ସାହୁ, ଅତିରିକ୍ତ ତହସିଲଦାର ଅଙ୍କିତା ମହାନ୍ତି ଓ ମହରମପୁର ସରପଞ୍ଚ ତାପସ କୁମାର ବେହେରା ଉପସ୍ଥିତ ଥିଲେ। ଉଦ୍ଧାର କୁମ୍ଭୀରଟିକୁ ବୈତରଣୀ ନଦୀରେ ଛାଡ଼ି ଦିଆଯିବ ବୋଲି ବନ୍ୟପ୍ରାଣୀ ବିଭାଗର ଫରେଷ୍ଟର ଶ୍ରୀ ବାସ୍କେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର