ବାଲିଅନ୍ତା: ସାତକୋଶିଆ ଗଣ୍ଡରୁ ମହାନଦୀ ନରାଜ ମୁଣ୍ଡଳୀ ଦେଇ ପୁରୀ ମୁଖ୍ୟ କେନାଲରେ ଘୂରି ବୁଲୁଥିବା କୁମ୍ଭୀରକୁ ଶେଷରେ ଖୋର୍ଧା ବନ ବିଭାଗ ଏବଂ ପ୍ରାଣୀ ଉଦ୍ୟାନ ଟିମ ଧରିବାରେ ସଫଳ ହୋଇଛନ୍ତି। ଆଜି ବାଲିପାଟଣା ଫରେଷ୍ଟ ରେଞ୍ଜ ଅଧୀନ ହଂସପାଳ ସ୍ଥିତ ପୁରୀ ମୁଖ୍ୟ କେନାଲରୁ କୁମ୍ଭୀର ଉଦ୍ଧାର କରାଯାଇଛି। ବନ ବିଭାଗ ଏବଂ ପ୍ରାଣୀ ଉଦ୍ୟାନ କର୍ମଚାରୀ କେନାଲରେ ବଡ଼ ଜାଲ ପକାଇ କୁମ୍ଭୀରକୁ ଧରିବାକୁ ନୟାନ୍ତ ହୋଇଥିଲେ। ପୂର୍ବାହ୍ନ ୧୦ଟା ସମୟରୁ ଅପରାହ୍ନ ‌୧ଟା ପର୍ଯ୍ୟନ୍ତ ଦୀର୍ଘ ୩ ଘଣ୍ଟା କାଳ ପିଛା କରି ଧରିଥିଲେ। ପାହାଳ  ଥାନା ଓ ବାଲିପାଟଣା ଫରେଷ୍ଟ ରେଞ୍ଜ କର୍ମଚାରୀ ମଧ୍ୟ ସହାୟତା କରିଥିଲେ। ଉଦ୍ଧାର ପରେ କୁମ୍ଭୀରକୁ ପ୍ରାଣୀ ଉଦ୍ୟାନରେ ଚିକିତ୍ସା ପରେ ସଂରକ୍ଷିତ ପୋଖରୀରେ ଛଡ଼ା ଯାଇଥିବା ଜଣାପଡ଼ିଛି।

Advertisment

publive-image

ସୂଚନା ଅନୁସାରେ ସାତକୋଶିଆ ଗଣ୍ଡରେ ୪ଟି କୁମ୍ଭୀର ଛଡ଼ା ଯାଇଥିଲା। ସେମାନଙ୍କ ମଧ୍ୟରୁ ଘଡ଼ିଆଳ ପ୍ରଜାତିର ଉକ୍ତ ଥଣ୍ଟିଆ କୁମ୍ଭୀରଟି ଗତ ସପ୍ତାହ ତଳେ ନରାଜ ମୁଣ୍ଡଳି ଦେଇ ପୁରୀ ମୁଖ୍ୟ କେନାଲକୁ ଖସି ଆସିଥିଲା। ଖୋର୍ଧା ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ଏବଂ ପ୍ରାଣୀଉଦ୍ୟାନ ଟିମ କୁମ୍ଭୀରକୁ ଧରାବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପାହାଳ ଧାନା ଅଧିକାରୀ ଷ୍ଟାଲିନ ବିଶ୍ବାଳଙ୍କ ସୂଚନା ଅନୁସାରେ ଗତକାଲି ସଂଧ୍ୟା ସମୟରେ କୁମ୍ଭୀର ନୂଆପାଟଣା, ବଙ୍ଗୁଆରୀ ଏବଂ ହରିଦାଶପୁର ଅଞ୍ଚଳରେ ଦେଖା ଯାଇଥିଲା। ନଖରା ସ୍ଥିତ ବନ ବିଭାଗ କାର୍ଯ୍ୟାଳୟ ଟିମ ଜାଲଧରି କୁମ୍ଭୀରକୁ ପିଛା କରିଥିଲେ। ଦୀର୍ଘ ସମୟ ଧରି ଗତିବିଧି ନିରୀକ୍ଷଣ କରିଥିଲେ। ହେଲେ ଧରିବାରେ ସଫଳ ହୋଇନଥିଲେ। ରାତି ତମାମ ବନ ବିଭାଗ ଟିମ ଏବଂ ପୁଲିସ ପାଟ୍ରୋଲିଂ କରି ଲୋକଙ୍କୁ ସତର୍କ କରାଇଥିଲେ। ଆଜି ସକାଳେ ପୁରୀ କେନାଲରେ କୁମ୍ଭୀର ବୁଲୁଥିବା ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଖବର ପାଇ ଖୋର୍ଧା ଜିଲ୍ଲା ବନ ଖଣ୍ଡ କାର୍ଯ୍ୟାଳୟ ଏବଂ ପ୍ରାଣୀଉଦ୍ୟାନ ଟିମ ଦୀର୍ଘ ସମୟ ଧରି ପରିଶ୍ରମ କରିବା ପରେ ଦିନ ୧ଟା ସୁଦ୍ଧା ବଡ଼ଜାଲ ସହାୟତାରେ କୁମ୍ଭୀରକୁ ଧରିବାରେ ସକ୍ଷମ ହୋଇଥିଲେ।

publive-image

ସାତକୋଶିଆରୁ ପଳାଇ ଆସିଥିବା ଅନୁରୂପ ଭାବେ ଆଉ ଗୋଟିଏ କୁମ୍ଭୀରକୁ ବିରୂପା ନଦୀର ଧବଳେଶ୍ବର ପଠା ନିକଟରୁ ଧରାଯାଇଥିଲା। ତାଙ୍କ ସୂଚନା ଅନୁସାରେ ଗତ ଏକମାସ ତଳେ କୁମ୍ଭୀର ବଂଶବୃଦ୍ଧି ଏବଂ ପରିବେଶ ସନ୍ତୁଳନ ରକ୍ଷା ଲାଗି ସାକୋଶିଆରେ ଛଡ଼ାଯାଇଥିବା ୪ଟିଯାକ କୁମ୍ଭୀର ଦେହରେ ଟ୍ରାନ୍ସମିଟର ଚିପ ସ୍ଥାପନ କରି ଗତିବିଧି ଲକ୍ଷ କରାଯାଉଥିଲା। ପ୍ରାଣୀ ଉଦ୍ୟାନରେ ନିର୍ଦ୍ଦିଷ୍ଟ ପୋଖରୀରେ ଏହି କୁମ୍ଭୀରମାନଙ୍କୁ ଖାଦ୍ୟ ଖାଇବାକୁ ଦିଆଯାଉଥିଲା। ସେଠା ପରିବେଶରେ ଅଭ୍ୟସ୍ତ ଥିବା କୁମ୍ଭୀରକୁ ଆହାର ଯୋଗାଡ଼ କରିବା କଷ୍ଟକର ହୋଇପଡ଼ୁଛି। ତେଣୁ ସାତକୋଶିଆ ଖରସ୍ରୋତ ଜଳରେ ରହଣି ସ୍ଥଳକୁ ଭୁଲି ଖସି ପଳାଇ ଆସୁଥିବା କୁହାଯାଉଛି। ଗତକାଲି ପୂର୍ବାହ୍ନରେ କଟକସଦର ଥାନା ଅଧୀନ ପ୍ରତାପନଗରୀ , ନୂଆଗଡ଼, ଯୋଗିଆଣି ଏବଂ କାଚରାମାଳ ଅଞ୍ଚଳରେ ଦେଖାଯାଇଥିଲା। ଖୋର୍ଧା ବନଖଣ୍ଡ ଟିମ ଏବଂ ପ୍ରାଣୀଉଦ୍ୟାନ ଟିମ ନଜରରେ ରଖିଥିଲା।