ରାଜନଗର ବ୍ଲକ୍‌ ଅନ୍ତର୍ଗତ ଖୋଳାରୁ ତାଳଚୁଆ ଜଙ୍ଗଲ ପାଖ ପୂର୍ତ୍ତ ବିଭାଗ ରାସ୍ତା ଉପରେ ୧୦ଫୁଟ ବଉଳା କୁମ୍ଭୀର

ରାଜନଗର : ରାସ୍ତା ଉପରେ ୧୦ ଫୁଟ୍‌ ବଉଳା କୁମ୍ଭୀର ! କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ଖୋଳାରୁ ତାଳଚୁଆ ଜଙ୍ଗଲ ପାଖ ପୂର୍ତ୍ତ ବିଭାଗ ରାସ୍ତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଭିତରକନିକାରେ ଅଧିକ ସଂଖ୍ୟାରେ ବଉଳା କୁମ୍ଭୀର ଦେଖାଯା’ନ୍ତି। ଏଠାରେ ଥିବା ନଦୀନାଳରେ ଖାଦ୍ୟାଭାବ ହେତୁ କୁମ୍ଭୀର ଏବେ ଜନବସତିକୁ ପଶି ଆସିଲେଣି। ଆଜି ତାଳଚୁଆ ଜଙ୍ଗଲ ପାଖ ରାସ୍ତାରେ ୧୦ ଫୁଟ୍‌ ଲମ୍ବର ବଉଳା କୁମ୍ଭୀର ଦେଖିବାକୁ ମିଳିଥିଲା। ଭିତରକନିକା ଜାତୀୟ ଉଦ୍ୟାନରୁ କୁମ୍ଭୀରଟି ଜନବସତି ନିକଟରେ ଥିବା ଚିଙ୍ଗୁଡିଘେରିକୁ ମାଛ ଖାଇବାକୁ ଯାଇଥିଲା। ସେଠାରୁ ରାସ୍ତାକୁ ଉଠୁଥିବାବେଳେ ଲୋକଙ୍କ ହାବୁଡରେ ପଡ଼ିଥିବା ସ୍ଥାନୀୟ ଲୋକ କହିଛନ୍ତି। ରାସ୍ତା ଉପରେ କୁମ୍ଭୀର ବୁଲୁଥିବା ଖବର ପ୍ରଚାରିତ ହୋଇଯିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। କିଛି ସମୟ ଧରି ସେହି ରାସ୍ତାରେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ହୋଇଯାଇଥିଲା। ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିବା ସହିତ ଭିତରକନିକା ନଦୀରେ ଛାଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର