ଟିଟିଲାଗଡ଼: ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ ଅଞ୍ଚଳର କୁମ୍ଭୀରକୁ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ସୂଚନା ମୁତାବକ ଟିଟିଲାଗଡ ଦେଇ ପ୍ରଭାବିତ ହେଉଥିବା ଉନ୍ଦେର ନଦୀର ସୁଗନାଭଟା ଗାଁ ଓ ସିଲୁଆ ଗାଁ ମଝି ନିକଟରେ ଥିବା ନଦୀ କୂଳରେ ଦୁଇଟି କୁମ୍ଭୀର ଗୁରୁବାର ଦେଖାଯାଇଛନ୍ତି।
/filters:format(webp)/sambad/media/media_files/2025/09/25/crocodile-terror-in-village-2025-09-25-12-31-23.jpeg)
ଗୁରୁବାର ସକାଳୁ ଗାଁର ଲୋକେ ନଦୀ କୂଳକୁ ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀରେ କୁମ୍ଭୀର ଦେଖିବାକୁ ପାଇଥିଲେ।
ନଦୀରେ କୁମ୍ଭୀର ଦେଖାଦେବା ପରେ ଏବେ ଗାଁରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଗାଁ ଲୋକେ କୁମ୍ଭୀର ଦେଖିଲା ପରେ ବନ ବିଭାଗକୁ ଏନେଇ ଖବର ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/25/crocodile-terror-in-village-people-informed-the-forest-department-2025-09-25-12-30-46.jpg)