ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡରେ ହାତୀ ଉପଦ୍ରବ ଲାଗି ରହିଛି। ଗତ କିଛିଦିନ ତଳେ ୨୨ ସଦସ୍ୟ ବିଶିଷ୍ଟ ହାତୀପଲ ଭିତରୁ ଏକ ମାଈ ହାତୀ ଛୁଆ ଜନ୍ମ କରିଥିଲା। ସେହିଦିନ ଠାରୁ ଏହି ହାତୀପଲ ସୁନାପଶି, କସିରା, ରଜିଆ, ପତଳା, କଞ୍ଚନପୁର ଓ ଜୟନ୍ତିନାପୁର ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି କରିବା ସହ ଧାନ ଫସଲ ନଷ୍ଟ କରୁଛନ୍ତି।
ହାତୀପଲ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲ ଅଧୀନରେ ଥିବା ରଜିଆ ଓ ପତଳା ଜଙ୍ଗଲରେ ଆଡ୍ଡା ଜମାଇଛନ୍ତି। ହାତୀମାନେ ଦିନରେ ଜଙ୍ଗଲ ରହୁଥିବାବେଳେ ସଞ୍ଜ ନଇଁଲେ ଧାନ ବିଲରେ ପଶୁଛନ୍ତି। ପାଚି ଆସୁଥିବା ଧାନକୁ ଖାଇବା ସହିତ ମାଡ଼ି ଦଳି ନଷ୍ଟ କରୁଛନ୍ତି। ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଗ୍ରାମବାସୀ ଉଦ୍ୟମ କରି ବିଫଳ ହୋଇଛନ୍ତି। ସେହିପରି ପଳତା ଗ୍ରାମରେ ମଧ୍ୟ ହାତୀପଲ ବହୁ ପରିମାଣରେ ଧାନ ଫସଲ ନଷ୍ଟ କରିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ହାତୀପଲକୁ ଘଉଡ଼ାଇବା ସହିତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି। ନଚେତ୍ ଆଗାମୀ ଦିନରେ ପତଳା ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Champua-Elephant-In-Road.jpg)