ଧାଙ୍ଗଡ଼ଡିହାରେ ହାତୀ ଉପଦ୍ରବ

ଘଟଗାଁ : ଘଟଗାଁ ନିକଟସ୍ଥ ଧାଙ୍ଗଡ଼ଡିହା ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳରେ ଗତକାଲି ରାତିରେ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ହାତୀପଲ ଧାଙ୍ଗଡ଼ଡିହା ଗ୍ରାମର ପ୍ରସନ୍ନ ବାରିକଙ୍କ ବଗିଚାରେ ପଶି ବାଇଗଣ ଓ ବୋଇତାଳୁ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଛନ୍ତି। ଖବର ପାଇ ଫରେଷ୍ଟର ଟିକେଶ୍ୱର ମହାନ୍ତ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସପ୍ତାହେ ହେଲା ହାତୀପଲ ଦୁଇଭାଗ ହୋଇ ଘଟଗାଁ ଓ ଏହାର ଅଖପାଖ ଅଞ୍ଚଳରେ ବୁଲୁଛନ୍ତି। ଗୋଟିଏ ଦଳରେ ତିନିଟି ଦନ୍ତା ହାତୀ ରହିଥିବା ଅନୁମାନ କରାଯାଉଛି। ଅନ୍ୟ ଦଳରେ ଆଠଟି ହାତୀ ଅଛନ୍ତି। ହାତୀପଲ ଘଟଗାଁ, ଦୁଃଖବାହାଳି, କେନ୍ଦୁଆପଡ଼ା, ବୀଣାଝରି, କୋଳିପୋଷି ଅଞ୍ଚଳରେ ଘୂରି ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସମ୍ବନ୍ଧିତ ଖବର