ରାଇସୁଆଁ : ତେଲକୋଇ ରେଞ୍ଜ ଅଧୀନ ବିମଳା ଫରେଷ୍ଟ ସେକ୍ସନର ଝାରବେଡ଼ା ଗ୍ରାମର ଗୁରୁଚରଣ ନାୟକଙ୍କର ଜମିରେ ଗତ ୧ ତାରିଖ ବିଳମ୍ବିତ ରାତ୍ରିରେ ୭ ଟିକିଆ ହାତୀପଲ ପଶି ଧାନ ଫସଲ ନଷ୍ଟ କରି ଦେଇଛନ୍ତି। ତାଙ୍କ ଗାଡ଼ିଆ ଚକ ୫୦ ଡିସିମିଲ ଜମିରେ ଧାନ ଫସଲକୁ ଖାଇବା ସହିତ ଦଳିଚକଟି ଦେଇଛନ୍ତି। ସେ ଜଣେ ଗରିବ ଦିନମଜୁରିଆ। କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଗ୍ରାମବାସୀ ବନ ବିଭାଗଙ୍କ ନିକଟରେ ଦାବି କରିଛନ୍ତି।
ଫସଲ ନଷ୍ଟ କଲେ ହାତୀପଲ
/sambad/media/post_attachments/wp-content/uploads/2022/10/land-paddy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)