ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ ପିଟାପିଟି ପଞ୍ଚାୟତ କୁଆଝରଣ ଗ୍ରାମରେ ଗତ ଦୁଇ ସପ୍ତାହ ହେଲା ହାତୀ ଉପଦ୍ରବ ଜାରି ରହିଛି। ପ୍ରତିଦିନ ସନ୍ଧ୍ୟାରେ ଏକ ଦନ୍ତାହାତୀ ଆସି ପନିପରିବା ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରୁଛି। ଫଳରେ ଗ୍ରାମରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି।
ପ୍ରତିଦିନ ସନ୍ଧ୍ୟାରେ ଦନ୍ତାହାତୀ ଗ୍ରାମରେ ଥିବା ଶାନ୍ତି ଆଶ୍ରମକୁ ଆସି ବାଡ଼ ଭାଙ୍ଗିବା ସହ କଦଳୀ ଗଛ ଖାଇ ନଷ୍ଟ କରୁଛି। ଏଠାରେ ଥିବା ସପୁରୀ, ବିଲାତି, ଆଳୁ ଆଦି ଫସଲ ନଷ୍ଟ ହେଉଛି। ହାତୀକୁ ଘଉଡ଼ାଇବା ପାଇଁ ଗ୍ରାମବାସୀ ଜଗି ରହୁଛନ୍ତି। ଏକୁଟିଆ ଦନ୍ତାଟି ବେଳେବେଳେ ସନ୍ଧ୍ୟାରେ ହରିଚନ୍ଦନପୁର-କେନ୍ଦୁଝର ରାସ୍ତାର କୁଆଝରଣ ଘାଟି ନିକଟରେ ଅତିକ୍ରମ କରୁଛି। କୁଆଝରଣ ଗ୍ରାମ ନିକଟ ବାରବାଙ୍କ ସଂରକ୍ଷିତ ଜଙ୍ଗଲ ଟ୍ରେଞ୍ଚ ଖୋଲିବା ପାଇଁ ବନ ବିଭାଗ ନିକଟରେ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଟ୍ରେଞ୍ଚ ଖୋଳୁ ନଥିବାରୁ ହାତୀପଲ ଗାଁ ମୁହାଁ ହେଉଛନ୍ତି। ବାରବାଙ୍କ ସଂରକ୍ଷିତ ଜଙ୍ଗଲ କଡ଼ରେ ଟ୍ରେଞ୍ଚ ଖୋଲିବା ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ପ୍ରଦାନ ସହିତ ହାତୀ ଘଉଡ଼ାଇବା ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/elephant-sambad.jpeg)