ପାର୍ବଣ ଆଳରେ ଫାଙ୍କୁଛି ପ୍ରଶାସନ, ଫେରିବ ଫସଲ ବୀମା ତାତି

Advertisment
ପିଏମ୍‌ କିଷାନରେ ନୂଆ କେଁ: ୪୫% ହିତାଧିକାରୀଙ୍କୁ ମିଳିନି ସହାୟତା

ବରଗଡ଼ :  ଚାଷୀଙ୍କୁ ବୀମା କମ୍ପାନି ପ୍ରତାରଣା ଦେଇ ଚାଲିଛି। ବାରମ୍ବାର ବୈଠକ ଏବଂ ଚାଷୀ ଆନ୍ଦୋଳନ ପରେ ବି ବୀମା ବିଭ୍ରାଟ୍‌ ଦୂର ହେଉନାହିଁ। ବିଗତ ଦିନରେ ଦୁଇ ଥର ଚାଷୀ ରେଳରୋକ କଲେ। ବାରମ୍ବାର ବିଭିନ୍ନ ସ୍ଥାନରେ ରାସ୍ତାରୋକ୍‌ ଚାଲିଛି। କିନ୍ତୁ ସମସ୍ୟାକୁ ବୀମା କମ୍ପାନି ସଂପୂର୍ଣ୍ଣ ହେୟଜ୍ଞାନ କରିଚାଲିଛି। ବରଂ ଚାଷୀ ଆନ୍ଦୋଳନକୁ ବିଭିନ୍ନ ଆଳ କରି ପ୍ରଶମିତ କରିବାକୁ ଯୋଜନା ଚାଲିଛି। ଜିଲ୍ଲାର ୧୨୪ଟି ପଞ୍ଚାୟତର ଚାଷୀ ବୀମା ପାଇଁ ଆବେଦନ କରିଥିଲେ। ୫ଟି ପର୍ଯ୍ୟାୟରେ ଜିଲ୍ଲାର ୯୮ଟି ପଞ୍ଚାୟତର ଚାଷୀଙ୍କୁ ଫସଲ ବୀମା ମିଳିଥିଲା। ଏଥିରୁ ପୁଣି ୫୦ରୁ ଅଧିକ ପଞ୍ଚାୟତର ଚା‌ଷୀଙ୍କୁ କ୍ରପ୍‌କଟିଂ ହିସାବରେ ଟଙ୍କା ମିିଳିନାହିଁ। ଚାଷୀ ଆନ୍ଦୋଳନକୁ ଟାଳିବା ପାଇଁ କମ୍ପାନି କମ୍‌ କମ୍‌ ଟଙ୍କା ଦେଇ ଭୁତାଇବାକୁ ଚେଷ୍ଟା କରୁଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି।

publive-image The Financial Express

ଖରିଫ୍‌ରେ ପାଖାପାଖି ୨ଲକ୍ଷ ଚାଷୀ ବୀମା ସକାଶେ ଆବେଦନ କରିଥିଲେ। ଏହି ହିସାବରେ କମ୍ପାନି ୧୫୭ କୋଟି ଟଙ୍କା ପ୍ରିମିୟମ ଆକାରରେ ପାଇବା କଥା। କିନ୍ତୁ କମ୍ପାନିର ଟାଳଟୁଳ ନୀତି ଯୋଗୁଁ ବୀମା ବିଭ୍ରାଟ ଲମ୍ବି ଚାଲିଛି। ଖରିଫ୍‌ରେ ଜିଲ୍ଲାର ୯ଟି ବ୍ଲକ୍‌ ମରୁଡ଼ି ପ୍ରଭାବିତ ହୋଇଥିବା ଏବଂ ୭୨ହଜାର ହେକ୍ଟର ଜମିରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା ପ୍ରଶାସନ ରିପୋର୍ଟ ଦେଇଛି। କିନ୍ତୁ ବୀମା କମ୍ପାନି ଏହାକୁ ଅଣଦେଖା କରି ନିଜେ ଆକଳନ କରି ଟଙ୍କା ଦେଉଛି। ଗତବର୍ଷ ଜୁଲାଇ ୩୧ ତାରିଖ ଭିତରେ ବୀମା ପାଇଁ ପ୍ରିମିୟମ ପୈଠ ହେବା କଥା। କମ୍ପାନି ମାସେ ଭିତରେ ଚାଷୀଙ୍କ ଦସ୍ତାବିଜ୍‌ ଯାଂଚ କରିବା ପରେ ଏହାର ୬୦ ଦିନ ଭିତରେ ବୀମା ମଂଜୁର ହେବା କଥା। କିନ୍ତୁ ବିଭିନ୍ନ ଆଳରେ କମ୍ପାନି ସମୟ ଗଡ଼ାଇ ଚାଲିଛି।

କୌଣସି ସ୍ଥାନରେ ଆନ୍ଦୋଳନ ହେଲେ ପ୍ରଶାସନିକ ଅଧିକାରୀ ପହଂଚି ଯାଉଛନ୍ତି। ଆନ୍ଦୋଳନ ଟାଳିବାକୁ କୌଣସି ସମୟ‌ର ମହଲତ ନେଉଛନ୍ତି। ଚାଷୀ ଆନ୍ଦୋଳନ ଭାଂଗିଲେ ସ୍ଥିତି ପୂର୍ବ ଭଳି ଲାଗି ରହୁଛି। ଜିଲ୍ଲାର ସବୁ ଅଧିକାରୀ ଫସଲ ବୀମା ସଂକ୍ରାନ୍ତରେ ନାଚାର। ଏପରିକି ତ୍ରିସ୍ତରୀୟ ବୈଠକରେ ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତି ବି କାଟୁ କରୁନାହିଁ। ଏବେ ଅଧିକାରୀମାନେ ଦଶହରା ଛୁଟିରେ। ତେଣୁ ଦଶହରାକୁ ଆଳ କରି ଚାଷୀଙ୍କୁ ନାନାଦି ଦିନର ମହଲତ ଦେଇ ଖସିବାକୁ ଚେଷ୍ଟା ଚାଲିଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe