ଭୁବନେଶ୍ୱର : ଗତ ୯, ୧୦ ତାରିଖରେ ବଙ୍ଗୋପ ସାଗରରେ ସୃଷ୍ଟ ଭୀଷଣ ଅବପାତ ଜନିତ ପ୍ରବଳ ବର୍ଷା ଯୋଗୁଁ ୩ଟି ଜିଲ୍ଲାର ୧୦ ହଜାର ହେକ୍ଟରରୁ ଅଧିକ ଜମିରେ ଫସଲହାନି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ଯାଜପୁର, ଜଗତ୍ସିଂହପୁର। ଆଜି ଏ ନେଇ ସୂଚନା ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଲେ ଯେ ପ୍ରବଳ ବର୍ଷା ଜନିତ କ୍ଷୟକ୍ଷତି ନେଇ ୫ଟି ଜିଲ୍ଲାରୁ ରିପୋର୍ଟ ଆସିଛି। ଏଥିମଧ୍ୟରୁ ୩ଟି ଜିଲ୍ଲାରେ ୧୦ ହଜାର ହେକ୍ଟର ଚାଷଜମିରେ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିଛି। କଟକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ କ୍ଷୟକ୍ଷତି ଆଦୌ ହୋଇନଥିବା ଦର୍ଶାଇଛନ୍ତିି। କ୍ଷୟକ୍ଷତି ନେଇ କ୍ଷତିପୂରଣ ସହାୟତା ମାସକ ଭିତରେ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ପୁରୀ, ଯାଜପୁର, ଜଗତ୍ସିଂହପୁର ଜିଲ୍ଲାର ୧୦ ହଜାର ହେକ୍ଟର ଜମିରେ ଫସଲହାନି
ରାଜସ୍ୱ ମନ୍ତ୍ରୀଙ୍କ ସୂଚନା
/sambad/media/post_attachments/wp-content/uploads/2017/12/paddy.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)