ଭୁବନେଶ୍ୱର: ଆଜି କଟକସ୍ଥିତ ମୁଖ୍ୟ ବନ ସଂରକ୍ଷକଙ୍କ (କେନ୍ଦୁପତ୍ର) କାର୍ଯ୍ୟାଳୟରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟରତ ଦିଲୀପ କୁମାର ଜେନାଙ୍କୁ ପୁଲିସ ଗିରଫ କରିଛି ପୁଲିସ। ଗତକାଲି ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ଜେନାଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ କରିଥିଲା।
ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ଜଜଙ୍କ ଦ୍ୱାରା ଜାରି ଓ୍ଵାରେଣ୍ଟ୍ ନମ୍ବର ୪/୨୧ ବଳରେ ଦିଲୀପ କୁମାର ଜେନା ରହୁଥିବା ଖଣ୍ଡଗିରି ଥାନା ଅନ୍ତର୍ଗତ ଘାଟିକିଆରେ ଥିବା ଫରେଷ୍ଟ୍ ଟ୍ରେନିଙ୍ଗ୍ କଲେଜ ପରିସରସ୍ଥ ଆବାସିକ କ୍ୱାର୍ଟର୍ସ ନମ୍ବର ବି-୪ ସମେତ ଜାଗମରାର ମଲ୍ଲିକ କମ୍ପେ୍ଲକ୍ସରେ ଥିବା ତାଙ୍କ ତିନି ତାଲା କୋଠା, ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ଗାଁରେ ଥିବା ତାଙ୍କ ପୈତୃକ ଗୃହ ଏବଂ କଟକ ସହରସ୍ଥିତ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କ ସେକ୍ସନ୍ ଅଫିସ୍ ପ୍ରକୋଷ୍ଠରେ ଏକକାଳୀନ ତଲାସି ଚାଲିଥିଲା।
ଏହି ଚଢ଼ାଉ ସମୟରେ ଦିଲୀପ କୁମାର ଜେନାଙ୍କର ୩କୋଟିରୁ ଅଧିକ ସମ୍ପତ୍ତି ଠାବ କରାଯାଇଥିଲା । ଘରୁ ସୁନା ଗହଣା ସହିତ ନଗଦ ଟଙ୍କା ଏବଂ ଜାଗମରା ମଲ୍ଲିକ କମ୍ପେ୍ଲକ୍ସରେ ଥିବା ୪ମହଲା କୋଠା, ଯାହାର ମୂଲ୍ୟ ୧କୋଟି ୮ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ସୁନା ଗହଣା ଏବଂ ଘର ସମେତ ଦାମୀ ଗାଡ଼ି ମଧ୍ୟ ଜବତ କରାଯାଇଥିଲା। ଏବେ କୋଟିପତି କିରାଣିଙ୍କୁ ପୁଲିସ ଗିରଫ କରିଥିବା ବେଳେ ଆଉ କେତେ ସମ୍ପତ୍ତି ଏବଂ ଘର-ଜାଗାବାଡି ଅଛି ସେନେଇ ତଦନ୍ତ ଜାରି ରହିଛି।
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି କିରାଣି ଗିରଫ
/sambad/media/post_attachments/wp-content/uploads/2021/04/cr-kirani-10_Thumb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)