କାଳିଆପାଣିରେ କାଉ ମଡ଼କ

କାଳିଆପାଣି: କାଳିଆପାଣିରେ ଏବେ କାଉ ମଡ଼କ ଦେଖାଦେଇଛି। ୩ ରୁ ୪ ଦିନ ମଧ୍ୟରେ କାଳିଆପାଣି ଓଏମ୍‌ସି ଟାଉନସିପ କଲୋନିର ବିଭିନ୍ନ ସ୍ଥାନରେ ୧୫ ରୁ ୨୦ଟି କାଉ ମରି ପଡ଼ିଥିବା ଦେଖିବାକୁ ମିଳିଛି। ସପ୍ତାହ ମଧ୍ୟରେ ଖଣି ଅଞ୍ଚଳର ଆଖପାଖ ବସ୍ତି, ଗାଁ ଗଣ୍ଡା ଓ ବିଭିନ୍ନ ସ୍ଥାନରେ ଏହିଭଳି କିଛି ମଲା କାଉ ଠାବ କରାଯାଇଛି। କାଉ ମଡ଼କ ପଛରେ ବାର୍ଡ ଫ୍ଲୁ କିମ୍ବା ଅଜଣା ରୋଗ ନେଇ ସନ୍ଦେହ ପ୍ରକାଶ ପାଇଛି। ମୃତ୍ୟୁର କିଛିଘଣ୍ଟା ପୂର୍ବରୁ କାଉଗୁଡ଼ିକ ଡେଇଁଡେଇଁ ବୁଲୁଥିବା ଓ ଟଳି ପଡ଼ୁଥିବା ଦେଖିବାକୁ ମିଳୁଛି।

ଏ ସଂପର୍କରେ ସୁକିନ୍ଦା ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସମୀର କୁମାର ବେହେରାଙ୍କୁ ଯୋଗାଯୋଗ କରିବାରେ ଜିଲ୍ଲା କିମ୍ବା ରାଜ୍ୟରେ ଏବେ ବାର୍ଡ ଫ୍ଲୁର କୌଣସି ସୂଚନା ନାହିଁ, ବରଂ ଖାଦ୍ୟ ଗ୍ରହଣଜନିତ କୌଣସି ବିଷକ୍ରିୟା ପ୍ରଭାବରୁ ଏପରି ହୋଇଥାଇପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର