ନିଆଳିରେ କାଉ, କୁକୁଡ଼ା ମଡ଼କ : ମୃତ ପକ୍ଷୀଙ୍କ ନମୁନା ସ˚ଗ୍ରହ

ନିଆଳି : ଗତ କିଛିଦିନ ଧରି ନିଆଳି ଅଞ୍ଚଳରେ ଦେଖିବାକୁ ମିଳିଛି କାଉ ମଡ଼କ। କେଉଁ କାରଣରୁ କାଉଙ୍କ ମୃତ୍ୟୁ ହେଊଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିବା ବେଳେ ମୃତ କାଉଙ୍କ ନମୁନା ସ˚ଗ୍ରହ କରିଛି ପ୍ରାଣୀ ସ˚ପଦ ବିଭାଗ। ଗତ ୪ଦିନ ତଳେ ବାହାରଣା ଅଞ୍ଚଳରେ କାଉ ଓ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଦିନାସି˚ହପାଟଣା ଅଞ୍ଚଳରେ କାଉଙ୍କ ମୃତ୍ୟୁକୁ ନେଇ ନିଆଳି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ତେବେ ଏହା ବ୍ଲାର୍ଡ ଫ୍ଲୁ ହୋଇପାରିଥାଏ ବୋଲି ସ୍ଥାନୀୟ ଲୋକମାନେ ଆଶଙ୍କା କରୁଛନ୍ତି।

ସୂଚନା ମୁତାବକ, ଗତ ୪ଦିନ ତଳେ ବାହାରଣା ଅଞ୍ଚଳରେ ୫୦ରୁ ଅଧିକ କୁକୁଡ଼ାଙ୍କର ମୃତ୍ୟୁ ଘଟିଥିବା ବେଳେ ୫ରୁ ଅଧିକ କାଉ, ଗୋଟିଏ ଛଞ୍ଚାଣ ଓ ଶୁଆର ମୃତ୍ୟୁ ଘଟିଥିଲା। ଏ ସ˚ପର୍କରେ ଖବର ପାଇ ନିଆଳି ପ୍ରାଣୀ ଚିକିତ୍ସା ଅଧିକାରୀ ଶଶାଙ୍କ ଶେଖର ନାୟକ ପ୍ରାଣୀ ରୋଗ ଗବେଷଣା କେନ୍ଦ୍ରକୁ ଜଣାଇବା ପରେ ସେଠାରୁ ବିଶେଷଜ୍ଞ ଆସି ମୃତ କୁକୁଡ଼ାଙ୍କ ରକ୍ତ, ମଳ ଓ ଲାଳ ନମୁନା ସ˚ଗ୍ରହ କରି ପରୀକ୍ଷା ପାଇଁ ନେଇଥିଲେ। ତେବେ ଗତ ଦୁଇଦିନ ତଳେ ସେହି ଅଞ୍ଚଳରେ ଆଉ ଦୁଇଟି କୁକୁଡ଼ାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ନିଆଳି ଦିନାସି˚ହପାଟଣାରେ ଗୋଟିଏ କାଉର ମୃତ୍ୟୁ ହୋଇଛି। ଏ ସ˚ପର୍କରେ ପ୍ରାଣୀ ଚିକିତ୍ସକ ଡ଼ାକ୍ତର ନାୟକ କହିଛନ୍ତି ଯେ ଗତ ୪ଦିନ ତଳେ ମୃତ କୁକୁଡ଼ାଙ୍କ ରକ୍ତ ନମୁନା ପରୀକ୍ଷା ହେବାକୁ ଯାଇଥିବା ବେଳେ ତାହାର ରିପୋର୍ଟ‌୍‌ ଏଯାଏ ମିଳି ନାହିଁ। ରିପୋର୍ଟ‌୍‌ ଆସିଲା ପରେ ତାହା କେଉଁ କାରଣରୁ ହେଉଛି ତାହା ଜଣାପଡ଼ିବ ବୋଲି ଡା.ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର