କ୍ୟାପିଟାଲ ହସ୍ପିଟାଲରେ ବନ୍ୟାର ପ୍ରଭାବ: ରୋଗୀଙ୍କ ପ୍ରବଳ ଭିଡ଼

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ବନ୍ୟାର ପ୍ରଭାବ ପଡିଛି। ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପଞ୍ଜିକରଣ କେନ୍ଦ୍ରରେ ଟୋକେନ ସଂଗ୍ରହ ପାଇଁ ୩ ଘଣ୍ଟା ଧାଡ଼ିରେ ଛିଡା ହେବାକୁ ପଡ଼ୁଛି। ଡାକ୍ତରଙ୍କୁ ଦେଖାଇବା ପାଇଁ ବି ଲମ୍ବା ଧାଡ଼ି ଲାଗିଛି। ଏହାକୁ ନେଇ ରୋଗୀ ଓ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି।

ପ୍ରତିଦିନ ୮୦୦ରୁ ଅଧିକ ରୋଗୀଙ୍କ ପାଇଁ ବେଡ୍ ଆବଶ୍ୟକ ଥିବା ବେଳେ ମାତ୍ର ୫୬୩ଟି ବେଡ ରହିଛି । ରୋଗୀମାନେ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ସେପଟେ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଲକ୍ଷ୍ମୀଧର ସାହୁ ପ୍ରତିକ୍ରିୟା ରଖି କହିଛନ୍ତି ବନ୍ୟା ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି। ସେଭଳି ସ୍ଥିତି ନାହିଁ । ବେଡ୍ କମ୍ ରହିଛି। ଅଧିକ ବେଡ୍ ପାଇଁ ସରକାରଙ୍କୁ ଚିଠି ଲେଖି ଜଣାଯାଇଛି। ସରକାର ବେଡ୍ ସଂଖ୍ୟା ବୃଦ୍ଧି ପାଇଁ ଉଦ୍ୟମ କରିଛନ୍ତି।

ସମ୍ବନ୍ଧିତ ଖବର