ରାଉରକେଲା/ ଭୁବନେଶ୍ବର: ଓଡ଼ିଶାରେ ହକି ବିଶ୍ବକପ ମ୍ୟାଚ ଦେଖିବା ପାଇଁ ଜନସାଧାରଣ ଉତ୍ସାହିତ ଅଛନ୍ତି। ଟିକେଟ ପାଇବା ଲାଗି ଭୋର ୪ଟାରୁ ଲୋକେ ଲମ୍ବାଧାଡ଼ି ଲଗାଇଛନ୍ତି। ଟିକେଟ କାଉଣ୍ଟରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଦିନ ସାଢ଼େ ୧୧ଟା ରୁ ଟିକେଟ ବିକ୍ରି ହେବ। ଭୋର ୪ଟା ରୁ ଉଭୟ ପୁରୁଷ ଓ ମହିଳାଙ୍କ ଲମ୍ବା ଲାଇନ ଲଗାଇ ସାରିଲାଣି।

Advertisment

ଆଜି(ଡିସେମ୍ବର ୧୯) ଠାରୁ ହକି ବିଶ୍ବକପ୍‌ ମ୍ୟାଚ୍‌ର ଅଫ୍‌ଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡୟମର ୮ ନମ୍ବର ଗେଟରେ ହକି ଟିକେଟ୍ ମିଳିବ। ସେହିପରି ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ର ୬ ନମ୍ବର ଗେଟରେ ଦର୍ଶକମାନେ ନିଜର ଟିକେଟ ପାଇପାରିବେ।

ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ୱେଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ୍‌ର ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି। ସେହିଭଳି ଇଷ୍ଟ ଷ୍ଟାଣ୍ଡ ପାଇଁ ୪୦୦ ଓ  ନର୍ଥ ଏବଂ ସାଉଥ୍ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି। ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ପାଇଁ ୱେଷ୍ଟ ଷ୍ଟାଣ୍ଡ ପାଇଁ ୫୦୦, ଇଷ୍ଟ ଷ୍ଟାଣ୍ଡ ପାଇଁ ୨୦୦ ଆଉ ନର୍ଥ ଏବଂ ସାଉଥ୍ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଚଳିତ ହକି ବିଶ୍ବକପରେ ଭାରତ ଜାନୁଆରି ୧୩ ତାରିଖ ଠାରୁ ନିଜର ଅଭିଯାନ ଆରମ୍ଭ କରିବ।