ମାଲକାନଗିରି: ମାଲକାନଗିରି ଜିଲ୍ଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବର ଶେଷ ରଜନୀରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଥିଲା।ସମ୍ବଲପୁରର ମଣ୍ଟୁ ଛୁରିଆ ଏବଂ ଓଲିଉଡର ଗାୟିକା ଅସିମା ପଣ୍ଡାଙ୍କର କାର୍ଯ୍ୟକ୍ରମ ରହିଥିଲା।ତେବେ ଏହାକୁ ଦେଖି ପୁଲିସ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଜୋରଦାର ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା।ତେବେ ଧିରେ ଧିରେ ଭିଡ ମାଲ୍ୟବନ୍ତ ପଡିଆରେ ବଢିବାରେ ଲାଗିଲା।ରାତି ୯ଟା ବେଳକୁ ଭିଡ ଏତେ ବଢିଲା ଯେ ବାହାରେ ଥିବା ଲୋକ ଭିତରେ ଜବରଦସ୍ତ ପଶିବାକୁ ଚେଷ୍ଟା କରୁଥିଲେ।ଏହି ସମୟରେ ଠେଲାପେଲା ହୋଇଥିଲା।ଯାହାଫଳରେ ତିନି ଜଣ ସାମାନ୍ୟ ଆହତ ହୋଇଥିଲେ।ତେବେ ଏହାକୁ ନେଇ କିଛି ଗଣମାଧ୍ୟମ ୫୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ନେଇ ମିଥ୍ୟା ଖବର ପ୍ରକାଶ କରିବା ପରେ ଆଜି ଜିଲ୍ଲା ପ୍ରଶାସନ ଏହାର ସ୍ମଷ୍ଟିକରଣ ଦେଇଛି।ଆଜି ଗଣମାଧ୍ୟମକୁ ଏକ ସ୍ପଷ୍ଟିକରଣରେ କୁହାଯାଇଛି ଯେ ମାଲ୍ୟବନ୍ତ ମହୋତ୍ସବ ଅତି ଶାନ୍ତିଶୃଙ୍ଖଳାର ସହ ଚାଲିଛି।
ଗତକାଲି ଅର୍ଥାତ ୧୭ ଜାନୁଆରିରେ ମଣ୍ଟୁ ଛୁରିଆ ଏବଂ ଅସୀମା ପଣ୍ଡାଙ୍କ କାର୍ଯ୍ୟକ୍ରମ ରହିଥିବାରୁ ଜନ ସମାଗମ ପ୍ରବଳି ଥିଲା।ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ବିଭାଗ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଅତ୍ୟଧିକ ଜନଗହଳି ହୋଇଥିବା ଯୋଗୁଁ ପୁଲିସର କଥାକୁ ନମାନି ଲୋକେ ଅବହେଳା କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି।ପ୍ରଶାସନ ତରଫରୁ ଏହା ସ୍ପଷ୍ଟିକରଣ କରାଯାଉଛି ଯେ ସମସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଆରକ୍ଷୀ ବିଭାଗ ସୁରୁଖୁରୁରେ ପରିଚାଳନା କରୁଛନ୍ତି।ଆହୁରି ମଧ୍ୟ ସ୍ପଷ୍ଟୀକରଣ ଦେଇ ପ୍ରଶାସନ କହିଛି ଯେ ଜନଗହଳି ସମୟରେ ସୀମା ସୁରକ୍ଷା ବାହିନୀର କୌଣସି ଭୁମିକା ନଥିଲା। ଏଭଳି ମିଥ୍ୟା ଖବର ପ୍ରସାରଣକୁ ନେଇ ପ୍ରେସ କାଉନସିଲ ଅଫ ଇଣ୍ଡିଆକୁ ଆବଗତ କରାଯିବ। ମିଥ୍ୟା ଓ ଗୁଜବ ଖବର ପ୍ରଚାର କରି ଶାନ୍ତି ଓ ବାତାବରଣକୁ ନଷ୍ଟ କରୁଥିବା କରୁଥିବା ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନ ଧମକ ଦେଇଛି।