ମା’ ସାବିତ୍ରୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ବନ୍ତ/ଗଣିଜାଙ୍ଗ: ଆଜି ସାବିତ୍ରୀ ବ୍ରତରେ ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ତୋଟାସାହି ଗ୍ରାମରେ ଅବସ୍ଥିତ ମା’ ସାବିତ୍ରୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଅପରାହ୍‌ଣ ପର୍ଯ୍ୟନ୍ତ ପୀଠରେ ବ୍ରତଧାରୀମାନଙ୍କର ପ୍ରବଳ ଭିଡ଼ ଲାଗି ରହିଥିଲା। ଶ୍ରଦ୍ଧାଳୁଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ଓଡ଼ଙ୍ଗ ପଞ୍ଚାୟତ ପକ୍ଷରୁ ଖୋଲାଯାଇଥିବା ଜଳଛତ୍ରକୁ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା ଉଦ୍‌ଘାଟନ କରିଥିଲେ। ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀପ୍ରିୟା ଦାସ, ସମିତି ସଭ୍ୟା ରଜନୀ ଜେନା, ପିଇଓ ସମୀକ୍ଷା ତ୍ରିପାଠୀ, କନିଷ୍ଠ ଯନ୍ତ୍ରୀ ସମୀର ମାନା, ସମାଜସେବୀ ନାରାୟଣ ଚନ୍ଦ୍ର ଦାସ, ଧନେଶ୍ୱର ପଢ଼ିହାରୀ, ଯୁବନେତା ଦେବଦତ୍ତ ଜଗତଜିତ ଜେନା, ଚିନ୍ମୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କଂଗ୍ରେସ ପକ୍ଷରୁ ଖୋଲାଯାଇଥିବା ଜଳଛତ୍ରକୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ଦାସ ଉଦ୍‌ଘାଟନ କରିଥିଲେ।

ବ୍ଲକ୍ କଂଗ୍ରେସ କମିଟି ସଭାପତି ରାଜ କିଶୋର ସ୍ବାଇଁ, ଯୁବନେତା ହରିହର ମଣ୍ଡଳ, ଭବେନ୍ଦ୍ର ସାହୁଙ୍କ ସହ ପଞ୍ଚାୟତର କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ। ଏଠାରେ ମଙ୍ଗୁଲିସ୍ଥିତ ସୁରେଶ ରାଉତ ୱେଲଫେୟାର ଫାଉଣ୍ଡେସନ୍ ପକ୍ଷରୁ ସ୍ବଚ୍ଛଭାରତ କାର୍ଯ୍ୟକ୍ରମ ହୋଇଥିଲା। ପୂଜା କାର୍ଯ୍ୟରେ ଉମାକାନ୍ତ ତ୍ରିପାଠୀ, କାହ୍ନୁଚରଣ ତ୍ରିପାଠୀ, ଜନ୍ମେଜୟ ପଣ୍ଡା, ସଞ୍ଜୟ ଦାସ, ସୁବ୍ରତ କର, ପ୍ରଶାନ୍ତ ପତି ପ୍ରମୁଖ ସହଯୋଗ କରିଥିଲେ। ଏଥିସହ ବିଭିନ୍ନ କାର୍ଯ୍ୟରେ ଲକ୍ଷ୍ମୀଧର ନାୟକ, ସୁରେଶ ନାୟକ, ଗଙ୍ଗାଧର ପୁହାଣ, ରମାକାନ୍ତ ରାଉତ, କେଶବ ବେହେରା, ଶଙ୍କର୍ଷଣ ବେହେରା, ରାଜେଶ କୁମାର ନାୟକ, ଦିଲ୍ଲୀପ ପୁହାଣ, କୁଳମଣି ଜେନା, ପଙ୍କଜ କୁମାର ପୁହାଣ, ଶଶିକାନ୍ତ ରାଉତ ପ୍ରମୁଖ ସହ ତୋଟାସାହି ଗ୍ରାମବାସୀ ସହଯୋଗ କରିଥିଲେ। ଏହା ବ୍ୟତୀତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି।

ସମ୍ବନ୍ଧିତ ଖବର