ପୁରୀ: ରତ୍ନବେଦିରେ ଆଜି ମହାପ୍ରଭୁ ଦର୍ଶନ ଦେଇଥିବା ବେଳେ ଦର୍ଶନ ବ୍ୟବସ୍ଥାରେ ଚରମ ବିଶୃଙ୍ଖଳା ଦେଖା ଦେଇଛି। ଏଣେ ଗତକାଲି ନୀଳାଦ୍ରି ବିଜେ ଯୋଗୁ ନୀତି ବିଳମ୍ବିତ ହୋଇଥିବା ବେଳେ ଆଜି ରବିବାର ଥିବାରୁ ଭକ୍ତଙ୍କ ବିପୁଳ ସମାଗମ ଦେଖିବାକୁ ମିଳିଛି। ଭିଡ଼ ଭିତରେ ଆଜି ବରିଷ୍ଠ ନାଗରିକଙ୍କ ଦର୍ଶନ ବ୍ୟବସ୍ଥା ହୋଇନଥିବାରୁ ଠେଲାପେଲାରେ ଫସିଛନ୍ତି। ମହିଳା ଓ ପିଲାମାନେ ମଧ୍ୟ ଆଜି ଭିଡ଼ରେ ଫସିରହି କଲବଲ ହୋଇଛନ୍ତି। ଅନ୍ୟପକ୍ଷରେ ଆନନ୍ଦ ବଜାରରେ ଆଜି ପ୍ରବଳ ଭିଡ଼ ଜମିଥିଲା।
ନୀଳାଚଳ ଅବଢ଼ା ବାହାରିଥିବାରୁ ଭକ୍ତମାନେ ଦର୍ଶନ ସାରି ଅବଢ଼ା ଖାଇବା ଓ ନେବା ପାଇଁ ଭିଡ଼ ଜମାଇଥିଲେ। ଏପରିକି ଅବଢ଼ା କିଣି ଆନନ୍ଦ ବଜାର ଭିତରୁ ବାହାରିବା ବେଳେ ଭକ୍ତମାନେ ନାକେଦମ ହୋଇଥିଲେ। ଏନେଇ ମଧ୍ୟପ୍ରଦେଶରୁ ଆସିଥିବା ରବି ରାଜ କହିଛନ୍ତି, ବରିଷ୍ଠ ନାଗରିକଙ୍କ ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଶୃଙ୍ଖଳିତ ବ୍ୟବସ୍ଥା ହୋଇଛି। ମାତ୍ର ଏଠାରେ ଅନୁରୂପ ବ୍ୟବସ୍ଥା ନାହିଁ। ଫଳରେ ପରିବାର ସହ ଦର୍ଶନ ପାଇଁ ଯିବା ଅସମ୍ଭବ ହୋଇ ପଡ଼ିଛି। ପୁଲିସ୍ ମୁତୟନ ହୋଇଛନ୍ତି, କିନ୍ତୁ ଭିଡ଼ ପରିଚାଳନା ଅଭାବରୁ ଭକ୍ତଙ୍କୁ ଏଭଳି ଚରମ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/48.jpg)