ନୂଆପଡ଼ା : ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପ୍ରଚାର ପାଇଁ ୩ଟି ପ୍ରମୁଖ ଦଳର ହେବିୱେଟ୍ ମନ୍ତ୍ରୀ ଓ ନେତାଙ୍କୁ ଦେଖିବାକୁ ମିଳିଛି। ନୂଆପଡ଼ା ସଦର ଓ ଖରିଆର ରୋଡ଼ରେ ମନ୍ତ୍ରୀ ଓ ନେତାଙ୍କ ପାଇଁ ପ୍ରମୁଖ ହୋଟେଲ ଗୁଡ଼ିକ ବୁକ୍ ରହିଛି। ସେହିପରି ଶାସକ ଦଳର କିଛି ମନ୍ତ୍ରୀ ନୂଆପଡ଼ା ସର୍କିଟ ହାଉସ୍ରେ ରହୁଥିବା ଦେଖିବାକୁ ମଳିଛି।
ଶୁକ୍ରବାର ନୂଆପଡ଼ା ଜିଲ୍ଲା ସଦର ମହକୁମାରେ ୮ ଜଣ ମନ୍ତ୍ରୀ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରୁ ୪-୫ ଜଣ ମନ୍ତ୍ରୀ ଏଠାରେ ଡେରା ପକାଇଛନ୍ତି। ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରଚାର ପାଇଁ ଆସିଥିବା ବେଳେ ନୂଆପଡ଼ା ଜିଲ୍ଲା ଡିଇଓ ଅଫିସ୍ରେ ପହଞ୍ଚି ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ସେହିପରି ମନ୍ତ୍ରୀ ରୀତା ସାହୁ, ବାସନ୍ତୀ ହେମ୍ବ୍ରମ, ରାଜା ସ୍ବାଇଁ, ଜଗନ୍ନାଥ ସାରକା, ଟୁକୁନୀ ସାହୁ, ରାଜେନ୍ଦ୍ର ଢୋଲକିଆ, ଅତନୁ ସବ୍ୟସାଚୀ ନାୟକ ନୂଆପଡ଼ାରେ ଡେରା ପକାଇଛନ୍ତି। ଅନ୍ୟପକ୍ଷରେ ମନ୍ତ୍ରୀ ଓ ବରିଷ୍ଠ ନେତା ଏଠାରେ ଅାସ୍ଥାନ ଜମାଇ ରହିଥିବାରୁ ଜିଲ୍ଲାର ସରକାରୀ ଅଧିକାରୀମାନେ ଚାପରେ ରହିଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Samir-Ranjan-Dash.jpg)