ପୁରୀ : ଚଳିତବର୍ଷ ରଥଯାତ୍ରା ଦେଖିବାର ସୁଯୋଗ ଭକ୍ତମାନଙ୍କୁ ମିଳିନଥିଲା। ଏପରିକି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ କର୍ଫ୍ୟୁ ଲାଗୁ ହୋଇଥିଲା। ତେଣୁ ଗତକାଲି ମହାପ୍ରଭୁ ଭାଇ ଭଉଣୀଙ୍କୁ ନେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଆଜି ବଡ଼ଦାଣ୍ଡରୁ କର୍ଫ୍ୟୁ ଉଠିଥିଲା। ଏହା ପରେ ଆଜି ସିଂହଦ୍ବାର ସମ୍ମୁଖରେ ଥିବା ତିନି ରଥକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ଯଦିଓ ଆଜି ସପ୍ତାହାନ୍ତ ସଟ୍ଡାଉନ୍ର ପ୍ରଥମ ଦିନ। ତଥାପି ଆଜି ସିଂହଦ୍ବାର ସମ୍ମୁଖରେ ପ୍ରବଳ ଭିଡ଼ ଜମାଇ ଲୋକମାନେ ରଥ ସହିତ ସେଲ୍ଫି ନେଉଥିବା ଦେଖିବାକୁ ମିଳିଥିଲା। ତେବେ ଆଜି ପୁରୀ ବାହାରୁ ବହୁତ ଲୋକଙ୍କର ଭିଡ଼ ଏଠାରେ ଦେଖିବାକୁ ମିଳିଥିଲା।
ରଥ ନିକଟରେ ଫଟୋ ଉଠାଇବାକୁ ଗହଳି
/sambad/media/post_attachments/wp-content/uploads/2021/07/ratha-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)