ରେମୁଣା ଗୋପୀନାଥ ଜିଉ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ରେମୁଣା: ରେମୁଣା କ୍ଷୀରଚୋରା ଗୋପୀନାଥ ଜିଉ ମନ୍ଦିରର ଆଜି ୧୧ତମ ମହୋତ୍ସବ ପାଳିତ ହୋଇଯାଇଛି। ରଙ୍ଗ ବେରଙ୍ଗର ଆଲୋକମାଳା ମନ୍ଦିର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥିଲା। ମହୋତ୍ସର ଏକାଦଶ ଦିବସରେ ମହାପ୍ରଭୁଙ୍କ ନୀତିକାନ୍ତି ସହିତ କ୍ଷୀରା ଓ କ୍ଷୀରି, ‌େଖଚୁଡ଼ି, ଅଭଡ଼ା, ଟଙ୍କତୋରାଣି, ମହାପ୍ରସାଦକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିର୍ବାହୀ ଅଧିକାରୀ ସରୋଜ କୁମାର ବେହେରାଙ୍କ ତତ୍ତ୍ବାବଧାନରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଇଥିଲା। ମନ୍ଦିର ପରିସରରେ ସକାଳଠୁ ସନ୍ଧ୍ୟା ଯାଏଁ ଦୂରଦୂରାନ୍ତରୁ ଆସିଥିବା ତୀଥଯାତ୍ରୀଙ୍କର ଭିଡ଼ ଜମିଥିଲା।

ମନ୍ଦିର ନାଟଶାଳାରେ ମହୋତ୍ସବର ଅଧିବାସଠାରୁ ଦିନରାତି ନାମସଂକୀର୍ତ୍ତନ ଚାଲିଥିବା ବେଳେ ମନ୍ଦିର ବେଡ଼ା ପରିକ୍ରମାରେ ନାମ ସଂକୀର୍ତ୍ତନ ମଣ୍ଡଳୀ ସହିତ ଭକ୍ତ ଓ ଶ୍ରଦ୍ଧାଳୁମାନେ ଭଜନକୀର୍ତ୍ତନରେ ମଜିଥିଲେ। ଆଳତି ସମୟରେ ଘଣ୍ଟା, ମାଦଳ, ଧୁମ୍‌ଷା, ଶଙ୍ଖ ସଂକୀର୍ତ୍ତନରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା। ମହୋତ୍ସବର ଅଷ୍ଟମ ସନ୍ଧ୍ୟାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ପହଞ୍ଚି ଠାକୁରଙ୍କୁ ଦର୍ଶନ କରିଥିଲେ। ପୂଜକ ପର୍ଶୁରାମ ପାଢ଼ୀ, ପ୍ରମୋଦ କୁମାର ପଣ୍ଡା, କ୍ରିଷ୍ଣା ପଣ୍ଡା, ଗୌରୀଶଙ୍କର ପଣ୍ଡା, ମନ୍ଦିର କର୍ମଚାରୀ ମୁକୁନ୍ଦ ଦାସ, ମହେନ୍ଦ୍ର ଦାସ, ହରେକୃଷ୍ଣ ଦାସ, ଜୟନ୍ତ ବରାଳ, ଅରୁଣ କୁମାର ମାହାର୍ଣ୍ଣା, ଅଜୟ କୁମାର ବାରିକ, କଟି ମାହାର୍ଣ୍ଣା, ଶ୍ରଦ୍ଧାନନ୍ଦ ଦାସ, ଅଜୟ ଦାସ, ଭୋଳାନାଥ ଦ୍ବିବେଦୀ, ମହେଶ୍ବର ମହାରଣା, ସନ୍ତୋଷ କୁମାର ପାଣିଗ୍ରାହୀ, ଶିବପ୍ରସାଦ ଲେଙ୍କା, ମୁକ୍ତିକାନ୍ତ ପାଣିଗ୍ରାହୀ, ନନ୍ଦକିଶୋର ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର