ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନସାଇନ୍ କଲେଜରେ ଟିସି ନେବାକୁ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ଭିଡ଼ ଲାଗିଛି। କଲେଜ ବଦନାମ ହୋଇଯିବା ପରେ ଟିସି ନେବାକୁ ଛାତ୍ରଛାତ୍ରୀମାନେ କଲେଜରେ ଭିଡ ଲଗାଇଥିବା କୁହାଯାଉଛି। ଅଭିଭାବକମାନଙ୍କ ଅଭିଯୋଗ ଅନୁଯାୟୀ, ଏଠାରେ ପାଠ ପଢ଼ିଲେ ପିଲାଙ୍କ ଭବିଷ୍ୟତ ଖରାପ ହୋଇଯିବ, ଭବିଷ୍ୟତ ଅନ୍ଧର ହୋଇଯିବ। ଏଣୁ ଏଠାରୁ ଟିସି ନେଇ ଅଲଗା କଲେଜରେ ଆଡମିସନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ପଦକ୍ଷେପ ନେବା ଆଗରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଭିଭାବକମାନେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ।
ଏଣେ ଆଜି ମହାଲିଙ୍ଗ ସନସାଇନ୍ କଲେଜରେ ପାଠପଢା ଆରମ୍ଭ ହୋଇଛି। ଯୁକ୍ତ ଦୁଇ ଛାତ୍ରମାନେ କଲେଜ ଯାଇ କ୍ଲାସ କରୁଛନ୍ତି। ସେପଟେ କଲେଜର ପରିଚାଳନା କମିଟି ଭାଙ୍ଗିଛି। ଗତକାଲି ପରିଚାଳନା କମିଟିକୁ ଭାଙ୍ଗି ଦିଆଯାଇଛି। ନୂଆ ପରିଚାଳନା କମିଟି ଗଠନ ନେଇ ଆସନ୍ତାକାଲି କଲେଜର କର୍ମଚାରୀମାନେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପିଲାମାନଙ୍କ ଭବିଷ୍ୟତ ଯେପରି ନଷ୍ଟ ନ ହୁଏ, ସେଥିପାଇଁ କଲେଜକୁ ବନ୍ଦ ନ କରିବାକୁ ଦାବି କରିଛନ୍ତି କଲେଜ କର୍ମଚାରୀ। କଲେଜ ବନ୍ଦ ହେଲେ ୨ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ।
ଏହାସହ କଲେଜରେ ଥିବା ୬୦ରୁ ଅଧିକ କର୍ମଚାରୀ ସେମାନଙ୍କ ରୋଜଗାର ହରାଇବେ। ତେଣୁ କଲେଜ ବନ୍ଦ ନ କରିବାକୁ ରାଜ୍ୟ ସରକାରଙ୍କୁ ଦାବି ଜଣାଇବେ ବୋଲି କହିଛନ୍ତି ସନସାଇନ୍ କଲେଜର କର୍ମଚାରୀ।
ଟିସି ନେବାକୁ ପୁଣି ମହାଲିଙ୍ଗ କଲେଜରେ ଛାତ୍ରଛାତ୍ରୀଙ୍କ ଭିଡ଼: ଭବିଷ୍ୟତ ନଷ୍ଟ ହୋଇଯିବା ଭୟରେ କଲେଜ ଛାଡ଼ିବାକୁ ନିଷ୍ପତ୍ତି
/sambad/media/post_attachments/wp-content/uploads/2021/10/d91b5023-ea98-4cc8-9a74-c4b52b11e87d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)