ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଯବାନଙ୍କ ଆତ୍ମହତ୍ୟା

ରାଉରକେଲା : ଆଜି ସ˚ଧ୍ୟା ୭ ଘଟିକା ସମୟରେ ବଣାଇଁ ଉପଖଣ୍ତ କେ.ବଲାଙ୍ଗ ଥାନା ଅନ୍ତର୍ଗତ ଜାମୁଡିହିସ୍ଥିତ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ରେ ଜଣେ ଯବାନ ନିଜ ସର୍ଭିସ୍‌ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ଯବାନଙ୍କ ଆତ୍ମହତ୍ୟା କାରଣ ଜଣାପଡିନାହିଁ। କେ.ବଲାଙ୍ଗ ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ ରାଜସ୍ଥାନର ରିଚପାଲ ସି˚(୪୮) ସିଆରପିଏଫ ୧୯ ବାଟାଲିୟନରେ ହାବିଲ୍‌ଦାର ଭାବେ କାର୍ଯ୍ୟ କରୁଥିଲେ। ସେ ଆଜି ଜାମୁଡିହି କ୍ୟାମ୍ପ୍‌ରେ ଥିବା ସମୟରେ କୌଣସି କାରଣରୁ ନିଜେ ନିଜ ସର୍ଭିସ ବନ୍ଧୁକକୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ତାଙ୍କ ସହକର୍ମୀମାନେ କହିଛନ୍ତି। ଅନ୍ୟ ଯବାନମାନେ ଏ ସମ୍ପର୍କରେ ନିକଟସ୍ଥ କେ.ବଲାଙ୍ଗ ଥାନାରେ ଜଣାଇବା ପରେ ତାଙ୍କୁ ଉଦ୍ଧାର କରାଯାଇ ଲହୁଣିପଡା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାଉରକେଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବଣାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୟଦ ମଜବୁର ରେହମାନ ଖାନ ଲହୁଣିପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। କେବଲାଙ୍ଗ ଥାନା ଅଧିକାରୀ ବିକାଶ ରଞ୍ଜନ ସ୍ବାଇଁ ଉପସ୍ଥିତ ରହି ଏହାର ତଦନ୍ତ କରୁଥିବା ଜଣାପଡିଛି। ଶବକୁ ଲହୁଣିପଡା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ସ˚ରକ୍ଷିତ ରଖାଯାଇଥିବା ବେଳେ ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି

ସମ୍ବନ୍ଧିତ ଖବର