ପାଟଣାଗଡ଼/ବୈପାରିଗୁଡ଼ା: ଯବାନମାନେ ଦେଶର ସୁରକ୍ଷା କରନ୍ତି, ଏକଥା ସମସ୍ତେ ଜାଣନ୍ତି। ହେଲେ ଦେଶ ସୁରକ୍ଷା ବ୍ୟତୀତ ସମାଜ ସେବା ଦିଗରେ ମଧ୍ୟ ଯବାନଙ୍କ ଭୂମିକା ମଧ୍ୟ ରହିଛି। ମାଓ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ ଖପ୍ରାଖୋଲ ବ୍ଳକରେ ମାଓ ଗତିବିଧି ଉପରେ ନଜର ରଖିବା ସହିତ ସେମାନଙ୍କ ଦମନ ପାଇଁ ସିଆରପିଏଫ ଜବାନ ମାନେ ମୁତୟନ କରା ଯାଇଥିବା ବେଳେ ସେମାନେ ତାଙ୍କ କାମ କରିବା ସହ ଲୋକଙ୍କ ପାଇଁ ବିଭିନ୍ନ ଜନହିତକର କାର୍ଯ୍ୟ ମାନ କରୁଥିବା ନଜିର ରହିଛି। ଶନିବାର ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ସିଆରପିଏଫ ବାଟାଲିଅନ ପକ୍ଷରୁ ଖପ୍ରାଖୋଲ ମାର୍କେଟ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସଫେଇ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି।
ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଖପ୍ରାଖୋଲ ଠାରେ ମାଓ ଦମନ ପାଇଁ ନିୟୋଜିତ ୧୮୯ ବାଟାଲିଅନ ସିଆରପିଏଫ ଜବାନ ମାନେ ମୁତୟନ କରା ଯାଇଛି। ସେମାନେ ଘଞ୍ଚ ଜଙ୍ଗଳରେ ମାଓ ମାନଙ୍କ ସହ ମୁକାବିଲା କରୁଥିବା ପୂର୍ବରୁ ନଜିର ରହୁଥିବା ବେଳେ ଖପ୍ରାଖୋଲ ବ୍ଳକର ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କୁ ନିକଟତର ହେବା ପାଇଁ ବିଭିନ୍ନ ଜନହିତକର କାର୍ଯ୍ୟ ଗୁଡିକ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ପ୍ରସିଦ୍ଧ ହରିଶଙ୍କର ଠାରେ ସଫେଇ କାର୍ଯ୍ୟ କରୁଥିବା ବେଳେ ଶନିବାର ଖପ୍ରାଖୋଲ ମାର୍କେଟ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ବଚ୍ଛ ଅଭିଯାନରେ ସଫେଇ କରିଥିବା ଜଣାପଡିଛି। ଶନିବାର ୧୮୯ ବାଟାଲିଅନର କମାଣ୍ଡାଣ୍ଟ ପବନ କୁମାର ତିୱାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ସହକାର କମାଣ୍ଡାଣ୍ଟ ଲଖବିନ୍ଦର ସିଂଙ୍କ ନେତୃତ୍ବରେ ଖପ୍ରାଖୋଲ ମୁଖ୍ୟ ମାର୍କେଟ, ବସଷ୍ଟାଣ୍ଡ, ରାସ୍ତା କଡ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ଆଦି ଅଞ୍ଚଳର ମଇଳା ଆବର୍ଜନା ଝାଡୁ କରିବା ସହିତ ସଫେଇ କରୁଥିବା ଦେଖିବାକୁ ମିଳିଥିଲାା ଏହି ଅବସରରେ ୧୮୯ ବାଟାଲିଅନର ସମସ୍ତ କର୍ମଚାରୀ ସହ ବଜାରର କିଛି ଲୋକ ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ସହଯୋଗ କରିଥିବା ଜଣାପଡିଛି।
/sambad/media/post_attachments/wp-content/uploads/2021/12/05851218-7b98-4f0e-8e74-77dcf3eacd57.jpg)
ବିଏସ୍ଏଫ୍ ଯବାନଙ୍କ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ
କୋରାପୁଟ ଜିଲ୍ଲା ବୈପାରିଗୁଡା ସ୍ଥିତ ୧୫୧ ବିଏସ୍ଏଫ୍ କମାଣ୍ଡେଣ୍ଟ ଅଜୟ କୁମାରଙ୍କ ତତ୍ବାବଧାନରେ ଆଜି ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ବିଏସ୍ଏଫ୍ ଯବାନଙ୍କୁ ନେଇ ୩୨୬ନଂ ଜାତୀୟ ରାଜପଥକୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦୈନିକ ବଜାର ଠାରୁ ଆରମ୍ଭ କରି ରାସ୍ତାର ଦୁଇ ପାର୍ଶ୍ଵ ସଫେଇ କରାଯାଇଥିଲା। କମାଣ୍ଡେଣ୍ଟ ଅଜୟ କୁମାର ଏହି ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ସପ୍ତାହ ପର୍ଯ୍ୟନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/cf703b16-6678-4c4e-af97-ffc55038951e.jpg)