ବାହାନଗା: ପ୍ରମୋସନ ଟ୍ରେନିଂ ପାଇଁ ଖଡ଼ଗପୁରରୁ ପଞ୍ଜାବ ଯାଉଥିବା ଜଣେ ସିଆରପିଏଫ୍ ଯବାନଙ୍କ ସନ୍ଧାନ ମିଳୁନି। ସୂଚନା ଅନୁଯାୟୀ, କଲିକତା ବଙ୍କୁଡ଼ା ଜିଲ୍ଲା ଇନଡ଼ାସ ଥାନାର କୁସମୁଡି ଗାଁର ନିଖିଲ ଧାରା ଖଡ଼ଗପୁରରୁ କରମଣ୍ଡଳ ଏକ୍ସପ୍ରେସରେ ପଞ୍ଜାବ ଅଭିମୁଖେ ଯାଉଥିବା ବେଳେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Advertisment

ଖବର ପାଇ ପରିବାର ଲୋକ ବାହାନଗା ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରି ଆଜି ସକାଳେ ତାଙ୍କ ବ୍ୟାଗ ଓ ମୋବାଇଲ ପାଇଥିବା ବେଳେ ନିଖିଲଙ୍କର କୌଣସି ସନ୍ଧାନ ପାଇ ନଥିଲେ। ବାହାନଗା ବିଦ୍ୟାଳୟ ପରିସରରେ ଥିବା ୫ଟି ଶବ ମଧ୍ୟରୁ ନିଖିଲଙ୍କୁ ନପାଇ ଭୁବନେଶ୍ୱର ଅଭିମୁଖେ ଯାଇଛନ୍ତି ପରିବାର ଲୋକେ।