ସୁନ୍ଦରଗଡ଼ : ଦକ୍ଷିଣ କାଶ୍ମୀରର ଫୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ ଲେଥାପୋରା ସିଆର୍ପିଏଫ୍ କ୍ୟାମ୍ପ୍ରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ରାଜଗାଙ୍ଗପୁର ଲିପ୍ଲୋଇର ଯବାନ ପ୍ରଦୀପ କୁମାର ପଣ୍ଡା (୩୪)ଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ ନିମନ୍ତେ ସ୍ଥାନୀୟ ସିଆର୍ପିଏଫ୍ ଓ ପୁଲିସ୍ ବାହିନୀ ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି। ଆସନ୍ତାକାଲି (ମଙ୍ଗଳବାର) ପ୍ରାୟ ଦେଢ଼ଟାରେ ସହିଦଙ୍କ ମର ଶରୀର ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିବା ସମ୍ଭାବନା ଅଛି। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ପରେ ସହିଦଙ୍କ ମୃତଦେହକୁ ରାଉରକେଲା ଅଣାଯିବ। ବିଶ୍ରାସ୍ଥିତ ସିଆର୍ପିଏଫ୍ କ୍ୟାମ୍ପ୍ରେ ପୁନର୍ବାର ରାଷ୍ଟ୍ରୀୟ ସମ୍ମାନ ଦିଆଯିବା ପରେ ଲିପ୍ଲୋଇସ୍ଥିତ ଜନ୍ମମାଟିକୁ ଅଣାଯିବ। ଲିପ୍ଲୋଇରେ ସୁନ୍ଦରଗଡ଼ ଜିଲ୍ଲା ପୁଲିସ୍ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ଅର୍ପଣ ପରେ ଶବ ସତ୍କାର କରାଯିବ।
ପ୍ରଦୀପଙ୍କ ମରଶରୀର ଆଜି ପହଞ୍ଚିବ
/sambad/media/post_attachments/wp-content/uploads/2018/01/sahid-jaban-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)