କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଞ୍ଚଳରେ ଥିବା ଏକ କ୍ରସରର ମ୍ୟାନେଜରଙ୍କୁ ଗତକାଲି ରାତିରେ ଗୁଳିମାଡ଼ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ନନ୍ଦପୁର ବ୍ଲକ୍ ସିଲପଣ୍ଡିରେ ଥିବା ଏକ ପଥର କ୍ରସରରେ ଏହି ଗୁଳିକାଣ୍ଡ ଘଟିଛି। ଏଥିରେ କ୍ରସର୍ ମ୍ୟାନେଜର ପ୍ରସାଦ ରାଓ ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ପ୍ରସାଦଙ୍କ ଗୋଡ଼ରେ ୫ଟି ଗୁଳି ବାଜିଥିବାର ସୂଚନା ରହିଛି।

Advertisment

ଗୁରୁତର ଆହତ କ୍ରସର୍ ମ୍ୟାନେଜର ପ୍ରସାଦ ରାଓଙ୍କୁ ପୁଲିସ୍ ଓ କ୍ରସର କର୍ମଚାରୀମାନେ ପ୍ରଥମେ ସ୍ଥାନୀୟ ଆଶା କିରଣ ହସ୍ପିଟାଲକୁ ଆଣିଥଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ପରିଲକ୍ଷିତ ନ ହେବା ଯୋଗୁଁ ସଙ୍କଟାପନ୍ନ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

Image result for machhakunda police station image source-koraput

ଆଗରୁ କ୍ରସର ମ୍ୟାନେଜର ପ୍ରସାଦ ରାଓଙ୍କୁ ନକସଲ ବୋଲି ପରିଚୟ ଦେଇ ଧମକ ଦେଇ ମିଛରେ କେତେକ ଦୁର୍ବୃତ୍ତ ଏକାଧିକବାର ଟଙ୍କା ନେଇଛନ୍ତି। ସେମାନେ କ୍ରସର ବନ୍ଦ କରିବାକୁ ମ୍ୟାନେଜର ପ୍ରସାଦ ରାଓଙ୍କୁ ଧମକ ଦେଉଥିଲେ। ହେଲେ ଗତକାଲି ରାତିରେ ପ୍ରସାଦ ରାଓ କ୍ରସର ନିକଟରେ ବସିଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ।