ଭୁବନେଶ୍ବର: କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ହଜାରେ କୋଟି ଟଙ୍କାର ଠକେଇ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଗିରଫ ଅଭିଯୁକ୍ତ ହେଲା ରତ୍ନାକର ପଲେଇ। ରତ୍ନାକର ଉକ୍ତ ସଂସ୍ଥା ପାଇଁ କାମ କରୁଥିଲା।ସୋସିଆଲ ମିଡିଆ ରେ ଉକ୍ତ ସଂସ୍ଥାର ପ୍ରଚାର ପ୍ରସାର କରୁଥିଲା ସେ। ଉକ୍ତ ସଂସ୍ଥାର ସୋସିଆଲ ମିଡିଆ ହେଡ ଭାବେ କାର୍ଯ୍ୟରତ ଥିଲା ରତ୍ନାକର। ଖାଲି ସେତିକି ନୁହେଁ, ରତ୍ନାକର ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡ଼ିଶା ମୁଖ୍ୟ ନିରଦ ଦାସର ଅତି ନିକଟତର ଥିଲା ବୋଲି ଜଣାଯାଇଛି।
ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡିଶା ମୁଖ୍ୟ ନିରଦ ଦାସ ପୂର୍ବରୁ ଗିରଫ ହୋଇଥିବା ବେଳେ ସେମାନଙ୍କୁ ରିମାଣ୍ଡରେ ଆଣି ତଥ୍ୟ ସଂଗ୍ରହ କରୁଛି ଇଓଡବ୍ଲୁ (ଅର୍ଥନୈତିକ ଅପରାଧ ଶାଖା)। ପୂର୍ବରୁ ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଓପିଆଇଡି କୋର୍ଟରେ ଆବେଦନ କରିଥିଲା ଇଓଡବ୍ଲୁ। ତେବେ ୩ ଦିନ ହିଁ ମଞ୍ଜୁର କରିଥିଲେ କୋର୍ଟ।
ସୂଚନାନୁସାରେ, ଇଓଡବ୍ଲୁ ପାଖକୁ ଭଦ୍ରକ, ବାଲେଶ୍ବର, ଭୁବନେଶ୍ବର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାରେ କ୍ରିପ୍ଟୋ କରେନ୍ସି କାରବାରରେ ଠକେଇ ହେଉଥିବା ଅଭିଯୋଗ ଆସିଥିଲା। ତଦନ୍ତ ସମୟରେ ଏସ୍ଟିଏ ସଂସ୍ଥାର କାରନାମା ପଦାକୁ ଆସିଥିଲା। ଏଥିରେ ସାରା ଦେଶରେ ପ୍ରାୟ ୨ ଲକ୍ଷ ସଦସ୍ୟ ରହିଥିବା ବେଳେ ଓଡ଼ିଶାରେ ସଦସ୍ୟଙ୍କ ସଂଖ୍ୟା ଥିଲା ୧୦ ହଜାରରୁ ଅଧିକ। ଏହା ଜରିଆରେ ପ୍ରାୟ ହଜାରେ କୋଟି ଟଙ୍କାର କାରବାର ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ସୂଚନା ମିଳିଛି। ଏହି ସଂସ୍ଥା ଓଡ଼ିଶା ସମେତ ପଞ୍ଜାବ, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଆସାମରେ କାରବାର ମେଲାଇଥିଲା।
କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ହଜାରେ କୋଟି ଟଙ୍କାର ଠକେଇ ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2023/08/d941830a-f8bf-4f8f-8351-ed140268c893.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)