ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅସିତ ତ୍ରିପାଠୀ

ଭୁବନେଶ୍ବର: ଗତବର୍ଷ ଅକ୍ଟୋବର ମାସରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଅସିତ ତ୍ରିପାଠୀ ଆଜି ଅବସର ନେଇଛନ୍ତି । ମୁଖ୍ୟ ସଚିବ ଭାବେ ନିଜ କାର୍ଯ୍ୟଦିବସର ଶେଷ ଦିନରେ ସେ ସମସ୍ତ ସଚିବମାନଙ୍କୁ ଭେଟିବା ସହ ସେମାନଙ୍କ ସହ ନିଜର ଅନୁଭୂତି ବି ବଖାଣିଛନ୍ତି।

ଦାୟିତ୍ୱ ନେବା ସମୟରେ ସେ କହିଥିବା ସରକାରୀ ଫାଇଲ ରକେଟ ବେଗରେ ଦଉଡିବା ପ୍ରସଙ୍ଗ ପୁଣି ଥରେ ଉଠାଇ କହିଲେ ମୋ ସହଯୋଗୀମାନେ କହୁଛନ୍ତି ଆମେ ଏଥିରେ ସଫଳ ହୋଇଛୁ । କୋଭିଡ ଭୟାବହତା ଓ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ସଫଳ ହୋଇଥିବା କହିଛନ୍ତି ବିଦାୟୀ ମୁଖ୍ୟ ସଚିବ ଅସିତ । ସେହିପରି ସିଟିଜେନ ସେଣ୍ଟ୍ରିକ ସର୍ଭିସକୁ ଅନଲାଇନ କରିବା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ତାହା ସଫଳତାର ସହ ହୋଇ ପାରିଛି । ଆମ ରାଜ୍ୟରେ ଆରମ୍ଭ ହୋଇଥିବା ଫିଡ଼ବ୍ୟାକ ପ୍ରକ୍ରିୟା ଆଉ କେଉଁଠି ନାହିଁ । ଯାହାଦ୍ୱାରା ମୁଁ ହୁଏ କିମ୍ବା ମୁଖ୍ୟମନ୍ତ୍ରୀ କି ବିଭିନ୍ନ ସଚିବମାନେ ୧୦ ରୁ ୧୫ ଟି କଲ ନେଇ ବିଭିନ୍ନ ପ୍ରକଳ୍ପର ଗ୍ରାଉଣ୍ଡ ସ୍ଥିତି ବିଷୟରେ ଜାଣି ପାରୁଛୁ । ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବି ଆନେକ କାର୍ଯ୍ୟ ହାତକୁ ନିଆଯାଇଛି ।

ମୋ ସମୟରେ ସହଯୋଗୀମାନେ ମୋତେ ବହୁତ ସହଯୋଗ କରିଛନ୍ତି । ପୁରୀ, ଲିଙ୍ଗରାଜ ଓ ଏସ୍‌ସିବି ମେଡ଼ିକାଲ କଲେଜ ଭଳି ଅନେକ ବଡ଼ ବଡ଼ ପ୍ରକଳ୍ପ ହାତକୁ ନିଆଯାଇଛି । ଏପରିକି ୧୦ଟି ଜଳସେଚନ ପ୍ରକଳ୍ପ ଯାହାର କାର୍ଯ୍ୟ ବିଗତ ୩୦ ବର୍ଷ ଧରି ଚାଲୁଥିଲା ତାହାକୁ ବର୍ତ୍ତମାନ ତ୍ୱରାନ୍ୱିତ କରାଯାଇଛି ଯାହାକି ଆଗାମୀ ତିନି ଚାରି ବର୍ଷ ଭିତରେ ଶେଷ ହୋଇଯିବ ।

ସମ୍ବନ୍ଧିତ ଖବର