ମୁଖ୍ୟ ଶାସନ ସଚିବଙ୍କ ଦୁଇଦିନିଆ କନ୍ଧମାଳ ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା

ଫୁଲବାଣୀ: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଆଜି ଅପରାହ୍‌ଣରେ ଫୁଲବାଣୀ ସର୍କିଟ୍‌ ହାଉସରେ ପହଞ୍ଚିଥିଲେ। ପ୍ରଥମେ ଫୁଲବାଣୀ ସହର ଉପକଣ୍ଠ ସାର୍ତ୍ତାଗୁଡ଼ା ବୃଦ୍ଧାଶ୍ରମ ପରିଦର୍ଶନ କରିଥିଲେ। ସନ୍ଧ୍ୟାରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଗ୍ରାମାଞ୍ଚଳ ଲୋକେ ଯେଭଳି ସରକାରୀ ଯୋଜନାର ସର୍ବାଧିକ ସୁଫଳ ପାଇପାରିବେ ସେ ନେଇ ଅଧିକାରୀମାନେ ନିଷ୍ଠା ଓ ଆନ୍ତରିକତା ପ୍ରଦର୍ଶନ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ।

ଆଜିର ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡ. ବୃନ୍ଦା ଡ଼ି. ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁ, ପିଡି ଡିଆରଡିଏ ବିଶ୍ବରଂଜନ ନାଏକ, ଉପ ଜିଲ୍ଲାପାଳ ଶେଷଦେବ ମିଶ୍ର, ବାଲିଗୁଡ଼ା ଉପ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଆସନ୍ତାକାଲି ମୁଖ୍ୟ ସଚିବ ଜିଲ୍ଲାରେ ନିର୍ମାଣାଧୀନ ମେଡ଼ିକାଲ୍‌ କଲେଜ ସ୍ଥଳ ପରିଦର୍ଶନ କରିବା ସହ ସ୍ମାର୍ଟ ସ୍କୁଲ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର