ଭୁବନେଶ୍ୱର : କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେସନ୍ (ସିଆଇଏସ୍ସିଇ) ଦ୍ୱାରା ପରିଚାଳିତ ଦଶମ(ଆଇସିଏସ୍ଇ) ଓ ଦ୍ୱାଦଶ (ଆଇଏସ୍ସି) ଶ୍ରେଣୀ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇବ। ଅପରାହ୍ଣ ୩ଟାରେ ଉତ୍ତର୍ପ୍ରଦେଶର ନୋଏଡାସ୍ଥିତ ପରିଷଦ କାର୍ଯ୍ୟାଳୟରେ ଫଳ ପ୍ରକାଶ କରାଯିବ। ଏହାପରେ ସ୍କୁଲ କର୍ତୃପକ୍ଷ ଓ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ। ପରିଷଦର ‘କ୍ୟାରିଅରର୍ସ ପୋର୍ଟାଲ’ ଓ୍ଵବସାଇଟ୍ରୁ ସ୍କୁଲ କର୍ତୃପକ୍ଷ ସେମାନଙ୍କ ବିଦ୍ୟାଳୟର ଫଳ ଜାଣିପାରିବେ। ବିଦ୍ୟାଳୟ କର୍ତୃପକ୍ଷଙ୍କ ଦ୍ୱନ୍ଦ୍ୱ ଦୂର ଲାଗି ପରିଷଦ ପକ୍ଷରୁ ଏକ ହେଲ୍ପ ଡେକ୍ସ ଖୋଲାଯାଇଛି। ସେଠାକୁ ମେଲ୍ କିମ୍ବା ଫୋନ୍ କରି ବିଦ୍ୟାଳୟ କର୍ତୃପକ୍ଷ ତଥ୍ୟ ପାଇପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଛାତ୍ରଛାତ୍ରୀ ପରିଷଦର ନିଜସ୍ୱ ଓ୍ଵବସାଇଟ୍ ‘www.cisce.org’ ଓ ‘www.results.cisce.org’ ମାଧ୍ୟମରେ ଫଳ ଜାଣିପାରିବେ। ଏସ୍ଏମ୍ଏସ୍ ମାଧ୍ୟମରେ ରେଜଲ୍ଟ ଉପଲବ୍ଧ ହେବ। ପରୀକ୍ଷାର୍ଥୀ ମୋବାଇଲ୍ର ମେସେଜ୍ ବକ୍ସକୁ ଯାଇ (ICSE କିମ୍ବା ISC ଲେଖି ସ୍ପେସ୍ ଦେଇ ୭ ଅଙ୍କ ବିଶିଷ୍ଟ ୟୁନିକ୍ ଆଇଡି କୋଡ୍ ଲେଖିବା ପରେ ୦୯୨୪୮୦୮୨୮୮୩ ନମ୍ବରକୁ ପଠାଇ ପରୀକ୍ଷା ଫଳ ଜାଣିପାରିବେ। ପରିଷଦର ଓ୍ଵବସାଇଟ୍ ‘www.cisce.org’ ମାଧ୍ୟମରେ ପରୀକ୍ଷାର୍ଥୀ ପୁନଃଯାଞ୍ଚ ପାଇଁ ମେ’ ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଉଭୟ ଶ୍ରେଣୀରେ ଓଡ଼ିଶାରୁ ପ୍ରାୟ ୧୦ ହଜାର ପରୀକ୍ଷାର୍ଥୀ ରହିଛନ୍ତି।