ଆଇପିଏଲ୍‌ ନିଲାମ: ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ କିଣିଲା ଚେନ୍ନାଇ ସୁପର କିଙ୍ଗ୍‌ସ

ଭୁବନେଶ୍ବର: ଓଡ଼ିଶାବାସୀଙ୍କ ପାଇଁ ଭଲ ଖବର ଆସିଛି। ଦୀର୍ଘ ଦିନରୁ ଅପେକ୍ଷା କରାଯାଇଥିବା ଫଳ ମିଳିିଛି। ଓଡ଼ିଶା ରଣଜୀ ଟିମ୍‌ର ଅଧିନାୟକ ଶୁଭ୍ରାଂଶୁ ସେନାପତି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସହିତ ଯୋଡ଼ି ହୋଇଯାଇଛନ୍ତି। ବାଙ୍ଗାଲୁରୁ ଠାରେ ୨୦୨୨ ପାଇଁ ଚାଲିଥିବା ଆଇପିଏଲ୍‌ ନିଲାମ ପ୍ରକ୍ରିୟାରେ ରବିବାର ଶୁଭ୍ରାଂଶୁ ସେନାପତିଙ୍କୁ ଚେନ୍ନାଇ ସୁପର କିଙ୍ଗ୍‌ସ ୨୦ ଲକ୍ଷ ଟଙ୍କାରେ କିଣିଛି। ଶୁଭ୍ରାଂଶୁ ସେନାପତି ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି।

 

ଓଡ଼ିଶାର ଖେଳାଳିଙ୍କୁ ଦୀର୍ଘ ଦିନ ପରେ ଆଇପିଏଲ୍‌ରେ ସ୍ଥାନ ମିଳିବା ନିଶ୍ଚିତ ଭାବେ ଭଲ ଖବର। ଶୁଭ୍ରାଂଶୁ ଜଣେ ଭଲ ଖେଳାଳି। ସେ ଜଣେ ଭଲ ବ୍ୟାଟ୍ସମ୍ୟାନ ଓ ଫିଲ୍ଡର। ଦରକାର ପଡ଼ିଲେ ବୋଲିଂ ମଧ୍ୟ କରିପାରନ୍ତି। ସେ ଜଣେ ଭଲ ଅଲରାଉଣ୍ଡ। ଚେନ୍ନାଇ ସୁପର କିଙ୍ଗ୍‌ସରେ ସେ ଖେଳିବାକୁ ସୁଯୋଗ ପାଇଲେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି।

 

ସମ୍ବନ୍ଧିତ ଖବର