ଆନ୍ଦୋଳନରୁ ଓହରିଲା ବରିଷ୍ଠ ବେକାରୀ ସିଟି/ବିଏଡି ମହାସଂଘ

ଭୁବନେଶ୍ୱର : ଜୁନ୍‌ ୨୫ଠାରୁ ଲୋୟର ପିଏମ୍‌ଜିରେ ଚାଲିଥିବା ନିଖିଳ ଓଡ଼ିଶା ବରିଷ୍ଠ ବେକାରୀ ସିଟି/ବିଏଡି ମହାସଂଘର ଧାରଣା ପ୍ରତ୍ୟାହୃତ ହୋଇଛି। ଆଜି ମଧ୍ୟାହ୍ନରେ ମହାସଂଘ ସଭାପତି ଗୋପବନ୍ଧୁ ମୁଦୁଲି, ସଂଯୋଜକ ନିରଞ୍ଜନ ସାହୁ, କାର୍ଯ୍ୟକାରୀ ସଭାପତି ଶୁକଦେବ ହୋତା, ମିନକେତନ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବଙ୍କୁ ଭେଟି ୧୨ ଦଫା ଦାବିପତ୍ର ପ୍ରଦାନ କରିବା ସହ ସ୍ୱତନ୍ତ୍ର ପ୍ୟାକେଜ୍‌ରେ ନିଯୁକ୍ତି ଦେବାକୁ ଅନୁରୋଧ କରିଥିଲେ। ଦାବି ଉପରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ମହାସଂଘ ଆନ୍ଦୋଳନରୁ ଓହରିଛି ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର