ସିଟିଇଟି ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ବର: ଡିସେମ୍ବର ଟର୍ମ ସିଟିଇଟି(କେନ୍ଦ୍ରୀୟ ଶିକ୍ଷକ ଦକ୍ଷତା ପରୀକ୍ଷା) ରେଜଲ୍ଟ ବୁଧବାର ପ୍ରକାଶ ପାଇଛି । ସିବିଏସଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼) ପକ୍ଷରୁ  ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ସିଟିଇଟି ପ୍ରଥମ ପେପର୍‌ରେ ୨୯ ପ୍ରତିଶତ ଓ ଦ୍ୱିତୀୟ ପେପର୍‌ରେ ମାତ୍ର ୧୭% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ପ୍ରଥମ ପେପର ପାଇଁ ୧୮,୯୨,୨୭୬ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବାବେଳେ ୧୪,୯୫,୫୧୧ ଜଣ ପରୀକ୍ଷା ଦେଇଥିଲେ । ତେବେ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪,୪୫,୪୬୭ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ସିଟିଇଟି ଦର୍ଶାଇଛି । ସେହିପରି ୧୨ ଲକ୍ଷ ୭୮ ହଜାର ୧୬୫ ଜଣ ଛାତ୍ରଛାତ୍ରୀ ଦ୍ୱିତୀୟ ପେପର୍ ପରୀକ୍ଷା ଦେଇଥିବାବେଳେ ୨ଲକ୍ଷ ୨୦ ହଜାର ୦୬୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା ଫଳ ବିଭାଗର ୱେବ ସାଇଟ୍ ମାଧ୍ୟମରେ ପାଇ ପାରିବେ ବୋଲି ସିଟିଇଟିର ନିର୍ଦ୍ଦେଶକ କହିଛନ୍ତି ।

ସମ୍ବନ୍ଧିତ ଖବର