ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ମଙ୍ଗଳବାର ଏହି ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ‘ ଜଳବାୟୁ ପରିବର୍ତ୍ତନ: ଏକ ଜଳବାୟୁ ସ୍ଥିର କୃଷି ଦିଗରେ’ ଶୀର୍ଷକ ଆାଲୋଚନାରେ ଜୈବିକ କୃଷି ଏବଂ ଜୈବ ବିବିଧତା ସଂରକ୍ଷଣ ଲିଡର ପଦ୍ମଶ୍ରୀ ସାବରମତୀ କହିଲେ, ପରିବେଶ ବିପର୍ଯ୍ୟୟକୁ ସହ୍ୟ କରୁଥିବା ଧାନ ଚାଷ କରିବାର ଆବଶ୍ୟକତା ରହିଛି। ଫସଲ ଗୋଟିଏ ପ୍ରକାର ନୁହେଁ। ବିଭିନ୍ନ ପ୍ରକାରର ଫସଲ ରହିଛି।
ଫସଲର ବିଭିନ୍ନ ପ୍ରଜାତି ମଧ୍ୟ ରହିଛି। ଭିନ୍ନ ଭିନ୍ନ ଫସଲ ଅଲଗା ଅଲଗା ସ୍ଥିତିରେ ହୋଇଥାଏ। ଗୋଟିଏ ପ୍ରକାର ଫସଲ କରିବା ମଡେଲ ଦୋଷଯୁକ୍ତ। ଏପରିସ୍ଥଳେ ଭିନ୍ନ ଭିନ୍ନ ପ୍ରଜାତି ଏବଂ ପ୍ରକାରର ଫସଲ କରାଯିବା ଜରୁରୀ। ଏହା ଦ୍ବାରା ଚାଷୀଙ୍କର ଲାଭ ହେବାର ଆଶା ରହିଥାଏ।
ତେଣୁ ମିଶ୍ରିତ ଫସଲ ଉପରେ ଗୁରୁତ୍ବାରୋପ କରାଯିବା ଜରୁରୀ।
ଏବେ ରାଜ୍ୟର ୩୦ ଜିଲ୍ଳାରେ ଜୈବିକ କୃଷି ଉପପେ ରଗୁରୁତ୍ବାରୋପ କରାଯାଉଛି। ସରକାରୀସ୍ତରରେ ଏବେ ଏନେଇ ପଦକ୍ଷେପ ଗ୍ରହର କରାଯିବା ଆବଶ୍ୟକ। ସମ୍ଭବ ଅନୁଷ୍ଠାନ ଦ୍ବାରା ଆମେ ଜୈବିକ ମହାପ୍ରସାଦ ଉପରେ ଗୁରୁତ୍ବାରୋପ କରିଥିଲୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/10/07/cultivation-of-crops-that-are-resilient-to-environmental-disasters-is-essential-padma-shri-sabarmati-2025-10-07-13-53-49.jpg)