ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ଭିଜିଲାନ୍ସ ପଞ୍ଝାରେ କୋଟିପତି ସଂସ୍କୃତି ଅଧିକାରୀ

ବ୍ରହ୍ମପୁର/ଢେଙ୍କାନାଳ : ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲାର ପୂର୍ବତନ ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ବାଇଁ। ବର୍ତ୍ତମାନ ସେ ଢ଼େଙ୍କାନାଳ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ୬ଟି ସ୍ଥାନରେ ଚଢ଼ଉ କରିଛି। ଯାଞ୍ଚ ପରେ ସଂସ୍କୃତି ଅଧିକାରୀ ସ୍ବାଇଁ ଏବଂ ତାଙ୍କ ପରିବାର ବର୍ଗଙ୍କ ନାମରେ ୧କୋଟି ୨ଲକ୍ଷ ୭ହଜାର ୧୨୫ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଥିବା ନେଇ ଭିଜିଲାନ୍ସ ବିଭାଗ ଆଳନ କରିଛି। ଏ ଦିଗରେ ଅଧିକ ତଦନ୍ତ ଚାଲିଥିବା ନେଇ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି।

ଗଞ୍ଜାମ ଜିଲ୍ଲାର ପୂର୍ବତନ ସଂସ୍କୃତି ଅଧିକାରୀ ସ୍ବାଇଁଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ଏହାପରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ସ୍ବାଇଁଙ୍କ ଭୁବନେଶ୍ବର ଶିଶୁପାଳଗଡ଼ ସ୍ଥିତ ୩ମହଲା ଘର, ଶିଶୁପାଳଗଡ଼ ଗଡ଼ମହାବୀର ସ୍ଥିତ କମ୍ପ୍ୟୁଟର୍‌ ସେଣ୍ଟର୍‌, ‌ଢେଙ୍କାନାଳ ସ୍ଥିତ ଅଫିସ୍‌, ଢ଼େଙ୍କାନାଳ ସ୍ଥିତ ଜିଲ୍ଲା କଳା ଓ ସଂସ୍କୃତି କେନ୍ଦ୍ର, ବ୍ରହ୍ମପୁର ଶକ୍ତିନଗର ସ୍ଥିତ ଘର ଏବଂ କୋଦଳା ସ୍ଥିତ ପୈତୃକ ବାସଭବନରେ ଏକକାଳୀନ ଚଢ଼ଉ କରାଯାଇଛି। ଶୁକ୍ରୁ ସ୍ବାଇଁ ୧୯୯୯ ଫେବ୍ରୁଆରି ୬ତାରିଖରେ ସରକାରୀ କାର୍ଯ୍ୟରେ ଯୋଗ ଦେଇଥିଲେ। ଦୀର୍ଘଦିନ ଧରି ସେ ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ ଗତ ଅଗଷ୍ଟ ୩୧ତାରିଖରେ ଢେଙ୍କାନାଳ ଜିଲ୍ଲାକୁ ବଦଳି ହୋଇଥିଲେ ବୋଲି ଭିଜିଲାନ୍ସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର