ଭୁଶିଡ଼ିଲା କଲ୍‌ଭର୍ଟ, ଅଳ୍ପକେ ବର୍ତ୍ତିଲେ ବାଇକ୍ ଚାଳକ

ଦଶରଥପୁର : ଗୁରୁବାର ସକାଳୁ ଦଶରଥପୁରର ବଉଳାଙ୍ଗଠାରୁ ଛତ୍ରପଡ଼ାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ଏକ କଲଭର୍ଟ କେରୁଣା ଗ୍ରାମ ନିକଟରେ ଭୁଶୁଡ଼ି ପଡ଼ିଛି। ଏହି ସମୟରେ ଏହା ଉପର ଦେଇ ଯାଉଥିବା ଜଣେ ବାଇକ୍ ଚାଳକ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।

କନିଷ୍ଠ ଯନ୍ତ୍ରୀ ଶକ୍ତି ପ୍ରସାଦ ମହାନ୍ତିଙ୍କ କହିବା ଅନୁଯାୟୀ ଇଟାରେ ତିଆରି ବହୁ ପୁରାତନ ଏହି କଲଭର୍ଟଟିକୁ ଭାଙ୍ଗି ଏକ ନୂତନ ପୋଲ ନିର୍ମାଣ କରାଯିବ। ବର୍ଷା ପାଣି ଜମି ରହିଥିବାରୁ ଏହି ନିର୍ମାଣ କାର୍ଯ୍ୟ କରିବାରେ ବିଳମ୍ୱ ହୋଇଛି। ଗତକାଲିଠାରୁ ଏହାର ଗୋଟିଏ ପାଖକୁ ବନ୍ଦ କରି ଯାନବାହନ ଧୀରେ ଚଳାଇବାକୁ ସୂଚନା ଫଳକ ଲଗାଯାଇଥିଲା। ଆଜି ଏହାକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର